ବିଜେପିର ବିଜୟ ସଂକଳ୍ପ ବାଇକ୍ ଶୋଭାଯାତ୍ରା

0

ନୂଆପଡ଼ା(ଅମିତ କୁମାର ପୁରୋହିତ):  ନୂଆପଡ଼ା ଜିଲ୍ଲା ଭାଜପା  ତରଫରୁ ବିଜୟ ସଂକଳ୍ପ ମୋଟର ସାଇକଲ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଛି । ଭାଜପା ରାଜ୍ୟ ସଭାପତି ତଥା ସ୍ଥାନୀୟ ବିଧାୟକ ବସନ୍ତ ପଣ୍ଡାଙ୍କ ଆହ୍ୱାନ କ୍ରମେ ପୋଲିସ ପଡିଆରେ ଶତାଧିକ ଭାଜପା କର୍ମୀ, ବୁଥ୍ ସ୍ତରୀୟ  କର୍ମକର୍ତ୍ତା ଏକତ୍ର ହୋଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଖରିଆରରୋଡ ସହରକୁ ଯାଇଥିଲେ । ସେଠାରେ ବାଇକ ଶୋଭାଯାତ୍ରା କରି ପୁଲିସ ପଡିଆରେ ଏକ  ସଭା ଅନୁଷ୍ଠିତ  ହୋଇଥିଲା । ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଖ୍ୟାଳଘୁ ମୋର୍ଚ୍ଚା ରାଜ୍ୟ ସଭାପତି ଶେଖ ମହତାବ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ମନିଜର ଆର୍ଯ୍ୟ, ଚତୁଭୁର୍ଜ ଶର୍ମା, ଜିଲ୍ଲା ସମ୍ପାଦକ ସୁଶାନ୍ତ କୁମାର ପତି,ଉପସଭାପତି ବସନ୍ତ ସିଂ ଠାକୁର, ମହିଳା ନେତ୍ରୀ ସରିତା ସିଂ, ଜେମା ମଞାରୀ ପାଣ୍ଡେ, ମଣ୍ଡଳ ସଭାପତି ଫୁଲେଶ୍ୱର ଭୋଇ ପ୍ରମୁଖ ମଂଚାସୀନ ଥିଲେ । ନଗର ମଣ୍ଡଳ ସଭାପତି ପ୍ରଦୀପ ମହାପାତ୍ର ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପଣ୍ଡା କହିଥିଲେ, ରାଜ୍ୟରେ ନାରୀ ସମାଜ ପ୍ରତି ଅନ୍ୟାୟ, ଅତ୍ୟାଚାର ବଢି ଚାଲିଛି । ଏଭଳି ସ୍ଥିତିରେ ମହିଳାମାନେ ନିଜକୁ ସୁରକ୍ଷିତ ମାନୁନାହାନ୍ତି । ରାଜ୍ୟ ସରକାର ଭୋଟ ରାଜନୀତି କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସରକାର ବଦଳିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇ ପାରିବ ବୋଲି ଭାଜପା ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଥିଲେ । ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଦିଲୀପ ନିର୍ମଲକର, ସାଧାରଣ ସମ୍ପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ଅଭିନନ୍ଦନ ପଣ୍ଡା, ଅଭିଷେକ ପଣ୍ଡା, ଅର୍ଜୁନ ଜଗତ, ସୋମ ପଣ୍ଡା, ଦେବାଶିଷ ରଣା, ମେଶ୍ୱର ଦଣ୍ଡସେନା ସମେତ ୧୫ ଶହରୁ ଅଧିକ ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.