ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ଭାରତ ବର୍ଷରେ ବିଶ୍ଵ ପ୍ରେସ୍ ସ୍ୱାଧୀନତା ଦିବସ ତଥା ବିଶ୍ ବ୍ରହ୍ମାଣ୍ଡର ପ୍ରଥମ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯାଇଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ର ଗୀତଗୋବିନ୍ଦ ସମ୍ମିଳନା କକ୍ଷରେ ଇଣ୍ଡିୟାନ୍ ମିଡିଆ କଂଗ୍ରେସ୍ (ଆଇଏମ୍ସି) ଆନକୂଲ୍ୟରେ ବିଶ୍ଵ ପ୍ରେସ୍ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।
ମୁଖ୍ୟ ଉପଦେଷ୍ଟା ରଜନୀ ସାମନ୍ତରାୟଙ୍କ ସଭାପତିତ୍ରରେ ଅନୁଷ୍ଠିତ ଏହି ଉତ୍ସବକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ଯାଜପୁର ସାଂସଦ ଡକ୍ଟର ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ଭୂମିକା , ଦାୟିତ୍ଵ ବୋଧ ଏବଂ ସାମ୍ବାଦିକତାର ମୂଲ୍ୟବୋଧ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସାମ୍ବାଦିକମାନଙ୍କ ସ୍ୱାଧୀନତା , ସୁରକ୍ଷା ଓ ଉନ୍ନତି ସମ୍ପର୍କରେ ଆଲୋଚନା ରଖୁଥିଲେ।ବରିଷ୍ଠ ସାମ୍ବାଦିକ ସଞ୍ଜୟ ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମ୍ବିଧାନରେ ସାମ୍ବାଦିକତାର ମୂଲ୍ୟବୋଧକୁ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ କେବଳ ସତ୍ୟର ଅନୁସନ୍ଧାନ ଖବର କରିବା ହିଁ ସାମ୍ବାଦିକତାର ଧର୍ମ ବୋଲି ପ୍ରକାଶ କରିଥିଲେ।
ଦୈନିକ ‘ସମୟ’ର ମୁଖ୍ୟ ସଂପାଦକ ଗୁରୁକଲ୍ୟାଣ ମହାପାତ୍ର , ମୁଖ୍ୟ ସଂପାଦକ ତଥା ରାଜ୍ୟ ବିଜେପି ସାମାଜିକ ସେ ଗଣମାଧ୍ୟମ ମୁଖ୍ୟ ଓ ପ୍ରବକ୍ତା ରମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।
ରଜନୀକାନ୍ତ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ଆଇଏମ୍ସିର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଉପଦେଷ୍ଟା ଶ୍ରୀ ସାମନ୍ତରାୟ ଆଇଏମ୍ସି ସଂଗଠନ ସହ ବନ୍ଧୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାମିଲ କରିବା ଏବଂ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ପ୍ରମୁଖ ସମ୍ବାଦିକଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲାର ଡ଼କ୍ଟର ଆଲୋକ କୁମାର ବୋଷ ଙ୍କୁ ସମାଜ ସେବା ଓ ମାନବ ଅଧିକାର ବାର୍ତା ଘରେ ଘରେ ପହଂଚାଇବା ପାଇଁ ସମ୍ମାନୀତ କରାଯାଇଥିଲା।ଏହି ଉତ୍ସବରେ ୨୦୦ରୁ ଉର୍ଦ୍ଧ ଗଣମାଧ୍ଯମ ପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଡ଼କ୍ଟର ଆଲୋକ କୁମାର ବୋଷ ଙ୍କୁ ସାମାଜିକ ସେବା ପାଇଁ ସମ୍ମାନିତ ହୋଇଥିବାରୁ ବୁଦ୍ଧିଜୀବି ମହଲରେ ପ୍ରଶଂସା ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.