ନୀଳଗିରି -୩/୫: ଏକ ବାଇକରେ ଦ୍ରୁତଗତିରେ ପଛରୁ ଆସି ଅନ୍ୟଏକ ବାଇକକୁ ଧକ୍କାଦେବା ଫଳରେ ଜଣେ ନାବାଳକ ଶିଶୁପୁତ୍ର ଗୁରୁତର ହେବାସହିତ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ନୀଳଗିରି ବ୍ଲକ୍ ବରହମପୁର ଅଞ୍ଚଳର ଅମିତ୍ କୁମାର ଦାସ ନିଜ ପୁଅ, ଝିଅ ଏବଂ ସ୍ତ୍ରୀ ସହିତ ସୋର ମଙ୍ଗଳପୁର ଅଞ୍ଚଳର ବନ୍ଧୁଘରୁ ଶେରଗଡ଼ ଦେଇ ବରହମପୁର ଘରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବାଲିଗୋହିରୀ ଶନିମନ୍ଦିର ନିକଟରେ ପଛପଟୁ ଧୋବଶିଳା ଗ୍ରାମର ବସନ୍ତ ମଲ୍ଲିକଙ୍କ ପୁଅ ସୁଶୀଲ ମଲ୍ଲିକ ଏକ ପଲ୍ସର ଗାଡ଼ିରେ ଆସି ପଛପଟୁ ଧକ୍କାଦେବା ଫଳରେ ଅମିତଙ୍କ ପରିବାର ସହିତ ସୁଶୀଲ ପଡ଼ିଯାଇଥିଲେ। ଫଳରେ ଅମିତଙ୍କ ୭ବର୍ଷର ଶିଶୁପୁତ୍ରଙ୍କ ମୁଣ୍ଡରେ ଗଭୀର କ୍ଷତ ଦେଖିବାକୁ ମିଳିଥିଲା ବେଳେ ଅମିତ୍ ଏବଂ ତାଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ମାତ୍ର ଝିଅର କୌଣସି କ୍ଷତି ହୋଇନଥିବା ବେଳେ ସୁଶୀଲଙ୍କର ନାକରୁ ରକ୍ତସ୍ରାବ ହେଉଥିବା ବେଳେ ସମସ୍ତଙ୍କୁ ନୀଳଗିରି ମେଡିକାଲ ଆଣି ଚିକିତ୍ସା କରାଯାଇଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post