କେନ୍ଦୁଝର,ତା୨୯/୪-ବହୁ ସମ୍ବେଦନଶୀଳ,ଚର୍ଚ୍ଚିତ , ଆଲୋଚ୍ୟ ବିଷୟ ପାଲଟି ଯାଇଛି ଜିତୁ ମୁଣ୍ଡାର କାହାଣୀ l କିପରି ସେ ପୋତିଥିବା ଭଉଣୀର ଶବକୁ କାଢି କାନ୍ଧରେ ବୋହି ତିନି କିଲୋମିଟର ଖରାରେ ଚାଲିଚାଲି ଟଙ୍କା ପାଇଁ ମଲ୍ଲିପଶି ଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଯାଇଥିଲା,ଏହିପରି ହୃଦୟବିଦାରକ, ସ୍ପର୍ଶକାତର ଘଟଣା ଆଜି ଓଡିଶା କାହିଁକି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବା ସହିତ ଖବର ହୋଇ ଘୁରିବୁଲୁଛି l ଦୈନିକ ଜିତୁ ମୁଣ୍ଡା ଘରକୁ ସମାଜସେବୀ, ରାଜନୈତିକ ଦଳ, ବ୍ଯକ୍ତି ଓ ସାମ୍ବାଦିକ ମାନଙ୍କର ସୁଅ ଛୁଟିଛି l କିଏ କେତେ ପ୍ରକାରର ଭିନ୍ନ୍ ରୂପ ଦେଇଛନ୍ତି l ତେବେ ଗତକାଲି ଜିଲା ପ୍ରଶାସନର ପ୍ରଭାବରେ ଜିତୁ ମୁଣ୍ଡା ତା’ ଭଉଣୀର ପାସ ବହିରେ ଥିବା ସବୁ ଟଙ୍କା, ସମେତ ଜିଲା ରେଡକ୍ରସ୍ ଓ ହରିଶ୍ଚନ୍ଦ୍ର ଯୋଜନାରୁ ବି ଆର୍ଥିକ ସହାୟତା ପାଇଛି l ଖୋଦ୍ ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଗୁରୁତ୍ଵର ସହକାରେ ନେଇଛନ୍ତି l ତେବେ କାହାଣୀ ଶେଷ ହୋଇନି l ଆଜି ଜିଲ୍ଲାର ବିଜୁ ଜନତା ଦଳର ଏକ ଟିମ୍ ଜିତୁ ମୁଣ୍ଡା ଘରେ ତାକୁ ସମବେଦନା ଜଣାଇବାକୁ ଓ ଘଟଣାର ପ୍ରକୃତ ରହସ୍ୟକୁ ଜାଣିବାକୁ ପହଞ୍ଚିଛନ୍ତି l ଆଜି ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର୍ ବିଧାୟକ ଅଭିମନ୍ୟୁ ସେଠି, ଜିଲ୍ଲା ବିଜେଡି ଅଧ୍ୟକ୍ଷା ସାଗରିକା ସାହୁ, ଜିଲା ବିଜେଡି ସଭାପତି ତଥା ବରିଷ୍ଠ ଆଇନଜୀବୀ ଆଶିଷ ଚକ୍ରବର୍ତ୍ତୀ, ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ରୁନୁ ମହାନ୍ତ, ଏରେଣ୍ଡେଇ ପଞ୍ଚାୟତ ସରପଞ୍ଚ ପାର୍ବତୀ ଦେହୁରୀ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ଭଞ୍ଜଦେଓ ,ରାଜ୍ଯ ହୋ ସମାଜର ସଭାପତି ନାରାୟଣ ପୁର୍ତ୍ତୀ, ଘସିପୁରା ବିଜେଡି ଉପାଧ୍ୟକ୍ଷ ପଞ୍ଚାନନ ବେହେରା, ବରିଷ୍ଠ ବିଜେଡି ନେତା ପରେଶ କୁଅଁର, ଓ ବିଶିଷ୍ଟ ନେତା ରାମରାଇ ମୁଦିଆ ସମେତ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ l ଜିତୁ ମୁଣ୍ଡା ପରି ଗୋଟେ ଗରିବ, ନିଷ୍ପେସିତ, ଆଦିବାସୀ ଲୋକ କିପରି ଭଉଣୀର ଟଙ୍କା ଉଠାଇବାକୁ ଯାଇ ଆଜି ଅନେକ କଷ୍ଟ ସହିଛି, ନିର୍ଯ୍ୟାତିତ ହୋଇଛି ସେ କଥାକୁ ଜିତୁ ମୁଣ୍ଡା ଠାରୁ ଶୁଣିଥିଲେ l ଏ ସବୁ ପାଇଁ ଅପାରଗ ସରକାର ଓ ତାଙ୍କ ସରକାରୀ କର୍ମଚାରୀ ମାନଙ୍କୁ ଦୋଷ ଦେଇଥିଲେ l ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏ ଘଟଣା ପାଇଁ ଆଜି କେନ୍ଦୁଝର ଜିଲା ତଥା ରାଜ୍ୟ ନିନ୍ଦିତ ବୋଲି ବିଧାୟକ ବଦ୍ରି ନାରାୟଣ ପାତ୍ର ପ୍ରକାଶ କରିଥିଲେ l ଏ ଘଟଣା ଯେମିତି ଆଉ ନ ଘଟୁ ସେଥିପ୍ରତି ସରକାର ସଚେତନ ହେବା ଆବଶ୍ୟକ ବୋଲି ବିଧାୟକ ଅଭିମନ୍ୟୁ ସେଠି କହିଥିଲେ l ତେବେ ଆଜି ଜିତୁ ମୁଣ୍ଡା ଓ ମଲ୍ଲିପଶି ରାଜ୍ୟ ଓ ରାଜ୍ୟ ବାହାରେ ଚର୍ଚ୍ଚାର ବିଷୟ ପାଲଟିଛି l
Sign in
Sign in
Recover your password.
A password will be e-mailed to you.