
ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ: କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୩ୟ ରାଜ୍ୟସ୍ତରୀୟ ଓପନ ଟାଇକୋଣ୍ଡ ଚମ୍ପିୟନସିପ ୨୦୨୬ ଚଳିତ ଏପ୍ରିଲ ମାସ ତା ୨୪ ଠାରୁ ତା ୨୬ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି, ଏହି ପ୍ରତିଯୋଗିତାରେ ନୟାଗଡ ମାର୍ଶାଲ ଆର୍ଟ ଆକାଡେମୀ, ନୂଆ ରାଜବାଟି, ନୟାଗଡର ମୋଟ ୭ ଜଣ ଖେଳାଳି ତଥା ଟିମକୋଚ ଶ୍ରୀ ଶିବାନନ୍ଦ ରାୟଗୁରୁ ତଥା ଟିମ ମ୍ୟାନେଜର ଶ୍ରୀ ସୌମ୍ୟରଞ୍ଜନ ସାହୁ ଏବଂ ଜାତିୟ ରେଫରୀ ଶ୍ରୀ ଆସିସ ଓମ ପ୍ରକାଶ ଭାଗ ନେଇଥିଲେ, ସେଥିମଧ୍ୟରୁ କ୍ୟାଡେଟ ବିଭାଗରେ ସାସ୍ବତ ସମ୍ବିତ ପ୍ରଧାନ ସ୍ବର୍ଣ୍ଣପଦକ, ଅଜିତେସ ପ୍ରଧାନ ରୌପ୍ୟପଦକ, ଶ୍ରୀୟାସି ସାହୁ ରୌପ୍ୟପଦକ ଏବଂ ଅଖିଳେଶ ମହାନ୍ତି କାଂସ୍ୟପଦକ ହାସଲ କରିଥିବା ବେଳେ ସବ-ଜୁନିୟର ବିଭାଗରେ ପ୍ରିତମ ପିୟୁସ ମିଶ୍ର ସ୍ବର୍ଣ୍ଣପଦକ, ଏସ ମମରାଜ ସାହିବ ରୌପ୍ୟପଦକ ଏବଂ ଦେବାଶିଷ ପ୍ରଧାନ କାଂସ୍ୟପଦକ ହାସଲକରି ମୋଟ ୭ଟି ପଦକ ହାସଲକରି ନୟାଗଡ ଜିଲ୍ଲାକୁ ଗୌରବାନ୍ବିତ କରିବା ସହିତ ଅଭିଭାବକ ତଥା ଖେଳପ୍ରେମୀ ମଧ୍ଯରେ ଆନନ୍ଦ ଲହଢି ଖେଳିଯାଇଛି, ନୟାଗଡ ଜିଲ୍ଲା ଟାଇକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମାଷ୍ଟର ପ୍ରଦୀପ ଜେନା ଏବଂ ନୟାଗଡ ମାର୍ଶାଲ ଆର୍ଟ ଆକାଡେମୀର ମୂଖ୍ଯ ପ୍ରଶିକ୍ଷକ ତଥା ପ୍ରତିଷ୍ଠାତା ମାଷ୍ଟର ଭବାନୀ ଶଙ୍କର ରାୟଗୁରଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post