ଦକ୍ଷତା ବିକାଶ ମନ୍ତ୍ରଣାଳୟର ନୂତନ କାର୍ଯ୍ୟାଳୟ କୌଶଳ ଭବନ ର ଭିତିପ୍ରସ୍ତର ସ୍ଥାପନ କଲେ ଉପରାଷ୍ଟ୍ରପତି

0

ରାମ ରାଜ୍ୟ-ଗ୍ରାମ ରାଜ୍ୟ ବିନା ସମ୍ଭବ ନୁହେଁ: ଭେଙ୍କେୟା ନାଇଡୁ

ଏହି ଭବନ ନୂଆ ଭାରତର ପ୍ରତିଛବି ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର/ନୂଆଦିଲ୍ଲୀ- ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ନୂତନ କାର୍ଯ୍ୟାଳୟ ଭବନର ଶୁଭ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ରାମ ରାଜ୍ୟ-ଗ୍ରାମ ରାଜ୍ୟ ବିନା ସମ୍ଭବ ନୁହେଁ । ତେଣୁ ଗ୍ରାମ୍ୟ ବିକାଶ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆମ ସମସ୍ତଙ୍କର ଧେୟ ହେବା ଉଚିତ୍ ବୋଲି ଏହି ଭବନର ଶୁଭ ଦେବା ଅବସରରେ କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ନୂଆଦିଲ୍ଲୀଠାରେ ‘କୌଶଳ ଭବନର’ ଶିଳାନ୍ୟାସ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଭବନ ନୂଆ ଭାରତର ପ୍ରତିଛବି ହେବ ଏବଂ ଏହା ନୂଆ ପିଢୀକୁ ନୂତନ ଉତ୍ସାହର ସହ କାମ କରିବାକୁ ପ୍ରେରଣା ଦେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଭବନର ଭିତିପ୍ରସ୍ତର ସ୍ଥାପନ ଦେଶର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସୃଷ୍ଟି ପରର ପ୍ରଗତିର ଏକ ମାଇଲ ଖୁଂଟ । ଯୁବପିଢୀକୁ ବିକାଶର ରାସ୍ତାରେ ନେଇ ସେମାନଙ୍କୁ ନୂତନ ଉଚ୍ଚତାରେ ପହଂଚାଇବା ପାଇଁ ମୋଦି ସରକାରଙ୍କ ଉଦ୍ୟମ ସହ ଯୁବପିଢୀ ଉତ୍ସାହର ସହ ଯୋଡି ହୋଇ ଅଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ସ୍କିଲ ମିଶନ ମାଧ୍ୟମରେ ଯୁବପିଢୀଙ୍କୁ ଉପଯୁକ୍ତ ଦକ୍ଷତା ବୃଦ୍ଧି କାମରେ ଲାଗୁଥିବା ମାନବ ସମ୍ବଳକୁ ମଧ୍ୟ କାମ କରିବା ପାଇଁ ଉତମ ବାତାବରଣ ଜରୁରୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । 

Leave A Reply

Your email address will not be published.