କଟିବ୍ୟଥା ସଚେତନl ଓ ସ୍ଵାସ୍ଥ୍ୟ ଶିବିର

0 2

ବ୍ରହ୍ମପୁର ହରିହର ନଗରସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ କଟିବ୍ୟଥା ନିରାକରଣ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଗରିଷ୍ଠ, ଅହିତକର ଆହାର ବିହାରରୁ ଆମ ସଞ୍ଚୟ, ଉଚ୍ଚ ସ୍ଥାନରୁ ପଡିଯିବା, ଭାରି ଜିନିଷ ଉଠାଇବା, ବୃକକ ରୋଗ, କୋଷ୍ଟବଦ୍ଧ ଦ୍ଵାରା କଟିବ୍ୟଥା ହୁଏ।ଅଜୀର୍ଣ୍ଣ କାରକ ଖାଦ୍ୟ ଛାଡି ଶୁଣ୍ଠିଚୂର୍ଣ୍ଣ,ସୈନ୍ଧବ ଗରମ ଜଳ ସହ, କୋଷ୍ଠବଦ୍ଧରେ ତ୍ରିଫଳା ଚୂର୍ଣ୍ଣ, ଖାଇଲେ ଭଲ ହୋଇଯାଏ ।କଟିରେ ଉଷୁମ ସୈନ୍ଧବ ତେଲ ଅଭ୍ୟଙ୍ଗ କରିବେ।କିନ୍ତୁ ଆଘାତ ଓ ପରିସ୍ରା ଜନ୍ୟରେ ଡାକ୍ତରଙ୍କ ପରାମର୍ଶ କରିବେ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ
ଡ଼l. ନକୁଳ ସାହୁ ଅନୁରୋଧ କରିଛନ୍ତି, ଫୋନ 9861450612,

Leave A Reply

Your email address will not be published.