ନବରଙ୍ଗପୂର: 19/04/2026,ଅଶୋକ ସାହୁ,ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘର ମିଳିତ ଆନକୂଲ୍ୟରେ ରାଜ୍ୟ ସ୍ତରୀୟ ୧୪ ଏବଂ ୧୬ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ କ୍ଲବ ସ୍ତରୀୟ ଭଲିବଲ୍ , କବାଡି , ଫୁଟବଲ୍ ଏବଂ ଖୋକ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ଚାଲିଛି । ବାଳକ କବାଡି ପ୍ରତିଯୋଗିତା ର ଫାଇନାଲ ରେ ଉମରକୋଟ କ୍ଲବ୍ , ବାଳିକା କବାଡି ରେ ନବରଙ୍ଗପୁର ରିଲାଇନ୍ସ ସ୍ପୋର୍ଟି କ୍ଲବ୍ ଚାମ୍ପିୟନ୍ ହୋଇଛି। ସେହିପରି ଖୋକ ପ୍ରତିଯୋଗିତାର ଫାଇନାଲ ରେ ବାଳକ ବିଭାଗରେ ବେଲଗାମ କ୍ଲବ୍ ଦଳ ବିଜୟ ହୋଇଥିବା ବେଳେ ବାଳିକା ବିଭାଗରେ ଚଟାଗୁଡ଼ା କ୍ଲବ ଦଳ ଚାମ୍ପିୟନ୍ ହୋଇଛି। ଏହି ଉପଲବ୍ଧି ପରେ ସମସ୍ତ କ୍ରୀଡ଼ାବିତ୍ କୁ କ୍ରୀଡା ସଂଘର ସମ୍ପାଦକ ପ୍ରହାଲାଦ ତ୍ରିପାଠୀ, ଉପ ସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସତ୍ୟଜିତ ଗହଣ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଭାତ ପଟ୍ଟନାୟକ କ୍ରିକେଟ ସମ୍ପାଦକ ଅଶୋକ ନାୟକ ପ୍ରମୁଖ ଶୁଭେଛା ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ଭଳିବଲ୍, ଖୋକ, କବାଡି ଏବଂ ଫୁଟବଲ୍ ବିଭାଗରେ ଜିଲ୍ଲାର ଉଭୟ ବରିଷ୍ଟ ଏବଂ କନିଷ୍ଟ ବର୍ଗର ୧୦ ଗୋଟି ବାଳକ ଏବଂ ୬ ଗୋଟି ବାଳିକା କ୍ଲବ ଦଳ ଭାଗ ନେଉଛନ୍ତି। କ୍ରୀଡା ଶିକ୍ଷକ କାଳି କିଙ୍କର ପଟ୍ଟନାୟକ, ସପନ ବୈରାଗୀ, ବିଭାଶିସ ଦେ ସମେତ ଜିଲ୍ଲାର ମଙ୍ଗଳ ବିଭାଗ ଏବଂ ଶିକ୍ଷା ବିଭାଗର କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉକ୍ତ ଖେଳ କୁ ପରିଚାଳନା କରିଛନ୍ତି। କ୍ରୀଡା ସଂଘର ସଦସ୍ୟ ଶଶାଙ୍କ ଶେଖର ବେହେରା ଦୁର୍ଯ୍ୟ ହରିଜନ, ଜି . ଚନ୍ଦ୍ର ଶେଖର ରାଜା, ହରିଶ୍ଚନ୍ଦ୍ର ସାନ୍ତା , ଅଜିତା ଦାସ ପ୍ରମୁଖ ସହଯୋଗ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.