ଓପିଜିସିର ୧୩୨୦ ମେଗାୱାଟ ବିସିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ କଲେ ଲୋକାର୍ପିତ 

0

ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର :ଆଜି ମୁଖ୍ୟମନ୍ତ୍ରୀ ଝରସୁଗୁଡା କୁ ଦିନିକିଆ ଗସ୍ତରେ ଆସି ବନହରପାଳିରେ ଥିବା ଓପିଜିସିର ୧୩୨୦ ମେଗାୱାଟ ବିସିଷ୍ଟ ତାପଜ ବିଦ୍ୟୁତ  କେନ୍ଦ୍ରକୁ ରାଜ୍ୟବାସୀ ଙ୍କୁ ଉତ୍ସର୍ଗୀକୃତ କରିଥିଲେ। ସେହିପରି ଭିଡିଓ କଂଫେରେନ୍ସ ମାଧ୍ୟମରେ ୮ ମିଲିୟନ ଟନ ବିଶିଷ୍ଟ କୋଇଲା ଖଣିର ମଧ୍ୟ ଶୁଭାରମ୍ଭ କରିଥିଲେ। ସେହିପରି ଶକ୍ତି ସଚିବ ହେମନ୍ତ ଶର୍ମା  ଓପିଜିସି ର ଅଧିକାରୀମାନଙ୍କୁ ଓ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସଫଳ ରୂପାୟନ  ଆର୍ଥିକ ଓ ପ୍ରଶାସନିକ ସାହାୟତା ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଥିବା ସହ ମୃତ୍ୟୁ ବରଣ କରିଥିବା ପୋଲିସ କର୍ମୀମାନଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଉକ୍ତ ଉତ୍ସବରେ ଶକ୍ତି ସଚିବ ହେମନ୍ତ ଶର୍ମା ସଭା ପରିଚାଳନା କରିଥିଲେ।ଏହି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ପ୍ରଭାସ ସିଂ,ଜିଲ୍ଲାପାଳ ବିଭୁତି ଭୂଷଣ ଦାସ,ଶକ୍ତି ସଚିବ ହେମନ୍ତ ଶର୍ମା,ଓପିଜିସି ପରିଚାଳନା ନିର୍ଦେଶକ ଓ ଡିରେକ୍ଟର ଅପରେସନ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.