ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦଶମ ସିବିଏସଇ ପରୀକ୍ଷାରେ ଗଜପତି ଜିଲ୍ଲାର ୭ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଅଭୂତପୂର୍ବ ଫଳାଫଳ ସୃଷ୍ଟି କରିଛି।
ମୋହନା ବ୍ଲକର ଗୁଣ୍ଡିମା ଠାରେ ଥିବା ଏହି ବିଦ୍ୟାଳୟରେ ମୋଟ ୭୭ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏଥିରେ ଏ୧ରେ – ୩ , ଏ୨ରେ – ୪ , ବି ୧ରେ – ୧୦ , ବି୨ରେ – ୨୫ , ସି୧ରେ -୨୮, ସି ୨ରେ ୭ ଜଣ ପାସ୍ କରିଛନ୍ତି।
ଆର୍. ଉଦୟଗିରି ବ୍ଲକର ଛେଳିଗଡ ଓଏଭିରେ ଏ୧ରେ – ୧ , ଏ୨ରେ – ୩ , ବି୧ରେ – ୬ , ବି୨ରେ – ୭ , ସି୧ରେ – ୨୪ ଏବଂ ସି ୨ରେ – ୧୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମସ୍ତ ୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ନୂଆଗଡ ବ୍ଲକର ପରିମଳ ଓଏଭିରେ ଏ ୨ରେ – ୧ , ବି ୧ରେ – ୬ ବି୨ ରେ – ୯ , ସି ୧ରେ – ୧୪ , ସି ୨ରେ – ୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୁଦାୟ ୩୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୩୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ରାୟଗଡ଼ ବ୍ଲକ କଇଠପଦର ଓଏଭିରେ ଏ ୨ରେ – ୧ , ବି୧ରେ – ୪ , ବି୨ରେ – ୨୦ , ସି୧ରେ – ୨୨ , ସି୨ରେ – ୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୁଦାୟ ୫୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିଭଳି ଗୋଷାଣି ବ୍ଲକ ଲିଂଗିପୁର ଓଏଭିରେ ଏ୧ରେ – ୨ , ଏ ୨ରେ – ୮, ବି ୧ରେ – ୯ , ବି୨ ରେ – ୨୦ , ସି ୧ରେ – ୧୫ , ସି ୨ରେ – ୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୭୦ରୁ ୬୪ ଜଣ ପରୀକ୍ଷାର୍ଥୀଙ୍କ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିଭଳି ଗୁମ୍ମା ବ୍ଲକର ଗୁମ୍ମା ଓଏଭିରେ ଏ ୨ରେ – ୮, ବି୧ରେ – ୧୪ , ବି୨ରେ – ୩୪ , ସି୧ରେ – ୪ ଏବଂ ସି ୨ରେ – ୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମସ୍ତ ୬୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
କାଶୀନଗର ବ୍ଲକର ଅଲଡା ଓଏଭିରେ ଏ ୨ରେ – ୨ , ବି୧ରେ – ୧୩ , ବି୨ରେ – ୧୫ , ସି୧ରେ – ୨୧ ଏବଂ ସି ୨ରେ – ୧୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୁଦାୟ ୭୦ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୬୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସବୁ ଅନୁଷ୍ଠାନର ଅଧ୍ଯକ୍ଷ/ ଅଧ୍ଯକ୍ଷା ସଫଳ ପାଇଥିବା ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ବିଶେଷ କରି ଆଦିବାସୀ ଅଧୂଷିତ ଅଂଚଳରେ ସେମାନଙ୍କ ପରିଶ୍ରମର ମୂଲ୍ଯ ପାଇଛନ୍ତି।
Sign in
Sign in
Recover your password.
A password will be e-mailed to you.