ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗାଈଗୋରୁଙ୍କୁ ବିଲରୁ ଘଉଡାଇବା ଭଳି ଏକ ସାମାନ୍ୟ ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ କରି ଲହୁଲୁହାଣ କରିବା ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ (ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ରାୟଗଡ ଥାନା ଅନ୍ତର୍ଗତ ଜଲାଙ୍ଗ ଗ୍ରାମର ସୁରେଶ କୁମାର ଭୂୟାଁ (୪୫ବର୍ଷ) ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାର ଅନ୍ୟ ଏକ ଆସାମୀ ରମେଶ କୁମାର ଭୂୟାଁଙ୍କର ଉକ୍ତ ମାମଲା ବିଚାରାଧୀନ ଥିବା ସମୟରେ ମୃତ୍ୟୁ ହୋଇଯାଇଥିବାରୁ ମାମଲାଟି କେବଳ ସୁରେଶ କୁମାର ଭୂୟାଁଙ୍କ ବିରୁଦ୍ଧରେ ଚାଲୁରହିଥିଲା।
ଉକ୍ତ ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସୌମ୍ୟ ସୌରଭ ପଟ୍ଟନାୟକ ସଫଳ ପରିଚାଳନା କରିଥିବା ବେଳେ କେ. ସନମୁଖ ରାଓ ତାଙ୍କୁ ଏହି ମାମଲାରେ ଯଥାର୍ଥ ସହଯୋଗ କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାୟଗଡ ଥାନା ଅନ୍ତର୍ଗତ ଜଲାଙ୍ଗ ଗ୍ରାମର ଏତଲାକାରିଣୀ ଚଞ୍ଚଳା ଭୂୟାଁ ତା ୨୨-୦୩-୨୦୨୦ରିଖ ଦିନ ସକାଳ ୮ଟା ରୁ ୯ଟା ମଧ୍ୟରେ ଧାନ ବିଲ ଜଗିବାକୁ ଯାଇଥିଲେ ଓ ଯେତେବେଳେ ଖାଇବା ନିମନ୍ତେ ଘରକୁ ଆସି ଖାଦ୍ୟ ଜିନିଷ ଧରି ପୁଣି ବିଲକୁ ବାହାରିଥିଲେ, ସେହି ସମୟରେ ଗ୍ରାମର ରମେଶ କୁମାର ଭୂୟାଁ ଓ ସୁରେଶ କୁମାର ଭୂୟାଁ ତାଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହ ତାଙ୍କ ଗାଈଗୋରୁଙ୍କୁ କାହିଁକି ବାଡ଼େଇଲେ ବୋଲି ପ୍ରଶ୍ନ କରିବାରୁ ଏତଲାକାରିଣୀ କହିଥିଲେ ଯେ, ଯାହାର ଗାଈଗୋରୁ ଧାନ ଖାଇଥିଲେ , ସେମାନଙ୍କୁ ସେ ଉଡାଇଛନ୍ତି। ଏତିକି କଥାରୁ ଉପରୋକ୍ତ ଦୁଇ ଆସାମୀ ତାଙ୍କୁ ଦାଣ୍ଡ ଦୁଆରେ ଘୋଷାଡି ନେଇ ଅସଦାଚରଣ କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିଲେ ତଥା କ୍ଷତାକ୍ତ କରିଥିଲେ। ଏହି ଘଟଣାକୁ ନେଇ ରାୟଗଡ ଥାନାରେ ମାମଲା ନମ୍ବର ୧୭/୨୦ରେ ଏକ ମାମଲା ତା ୨୩-୦୩-୨୦୨୦ରିଖରେ ଏତଲାକାରିଣୀ ରୁଜୁ କରିଥିଲେ ଏବଂ ଏ.ଏସ.ଆଇ. ଅଭିମନ୍ୟୁ ପାଣିଗ୍ରାହୀ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ୧୦ଜଣ ସାକ୍ଷୀଙ୍କ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ଆଜି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରି ୫ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ୨୯ ତମ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୯ତମ ତିରୋଧାନ ଦିବସ ପାଳିତ ।
Next Post