ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶଙ୍ଖ ସାହି ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଦେହଜୀବୀ କାରବାର ଉପରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।
ଗତ ୧୫.୦୪.୨୦୨୬ ରାତି ପ୍ରାୟ ୧୦.୦୦ ସମୟରେ ଭଞ୍ଜନଗର ଥାନା ଏସ.ଆଇ (SI) ସମୀର କୁମାର ସେଠୀ ପାଟ୍ରୋଲିଂ କରୁଥିବା ସମୟରେ ଶଙ୍ଖ ସାହି ସ୍ଥିତ ଅମର ଓରଫ ଗୀତା ନାୟକଙ୍କ ଘରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହି ସୂଚନା ଆଧାରରେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶକ୍ରମେ ମହିଳା ପୋଲିସ ଓ ସଦଳବଳେ ଉକ୍ତ ଘରେ ଚଢାଉ କରାଯାଇଥିଲା।
ତଦନ୍ତରୁ ଜଣାପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ଗୀତା ନାୟକ ବାହାର ସହର ଯଥା ଭୁବନେଶ୍ୱର ଓ ବ୍ରହ୍ମପୁରରୁ ମହିଳାମାନଙ୍କୁ ଆଣି ଏଠାରେ ଦେହଜୀବୀ ବ୍ୟବସାୟରେ ନିୟୋଜିତ କରୁଥିଲେ। ପୋଲିସ ସେଠାରୁ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଗୀତା ନାୟକ ଓ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି।
ଜବତ ସାମଗ୍ରୀ:
୦୫ଟି ମୋବାଇଲ୍ ଫୋନ୍
ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ୍
ମଦ ବୋତଲ
ପୋଲିସ କାର୍ଯ୍ୟାନୁଷ୍ଠାନ:
ଏହି ସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ୍ ନଂ- ୩୨୬, ତା- ୧୬.୦୪.୨୦୨୬ ରିଖରେ BNS ଏବଂ ଅନୈତିକ ମାନବ ଚାଲାଣ ନିବାରଣ ଅଧିନିୟମ (ITP Act) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.