ଓଡ଼ଗାଁ, ୧୬।୪(ଶ୍ରୀକାନ୍ତ କୁମାର ମିଶ୍ର): ଭାରତର ପ୍ରଥମ ଡିଜିଟାଲ ଜନଗଣନା–୨୦୨୭ ଗୁରୁବାର ଠାରୁ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ଆରମ୍ଭ ହୋଇଛି। ଏହା ସହିତ ଗୃହ ତାଲିକା ପ୍ରସ୍ତୁତି ଓ ଗୃହ ଗଣନା କାର୍ଯ୍ୟ ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଗଣନାକାରୀମାନେ ଘରେ ଘରେ ଯାଇ ସୂଚନା ସଂଗ୍ରହ କରୁଛନ୍ତି। ଓଡ଼ଗାଁ ବ୍ଲକରେ ଜନଗଣନା କାର୍ଯ୍ୟ ଚାର୍ଜ ଅଫିସର ଏବଂ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି। ପ୍ରାୟ ୨୧୬ ରାଜସ୍ୱ ଗ୍ରାମ ପାଇଁ ୨୫୮ ଜଣ ଗଣନାକାରୀ (ଏନୁମେରେଟର) ଓ ୪୩ ଜଣ କ୍ଷେତ୍ରୀୟ ନିରୀକ୍ଷକ (ସୁପରଭାଇଜର) ନିଯୁକ୍ତ ହୋଇଛନ୍ତି। ସେମାନେ ଘରକୁ ଘର ଯାଇ ‘ହାଉସ ଲିଷ୍ଟ ବ୍ଲକ’ ପ୍ରସ୍ତୁତ କରିବା ସହ ଗୃହକର୍ତ୍ତାଙ୍କୁ ଆବଶ୍ୟକୀୟ ପ୍ରଶ୍ନ ପଚାରି ସୂଚନା ସଂଗ୍ରହ କରୁଛନ୍ତି।
ଏହିପରି ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଚାର୍ଜ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ କାମ ଚାଲିଛି। ଏଠାରେ ୮ଟି ରାଜସ୍ୱ ଗ୍ରାମ ପାଇଁ ୩୧ ଜଣ ଗଣନାକାରୀ ଓ ୫ ଜଣ ସୁପରଭାଇଜର ନିଯୁକ୍ତ ହୋଇ ଗୃହ ତାଲିକା ପ୍ରସ୍ତୁତି କାମ କରୁଛନ୍ତି। ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଗୃହ ତାଲିକା ଓ ଗଣନା କାର୍ଯ୍ୟ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟ ଆରମ୍ଭ ସମୟରେ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୀତାଞ୍ଜଳୀ ସାହୁ ଉପସ୍ଥିତ ଥିଲେ। ଏହା ସହିତ ଓଡ଼ଗାଁର ଅତିରିକ୍ତ ତହସିଲଦାର ଓ ଅତିରିକ୍ତ ଚାର୍ଜ ଅଧିକାରୀ ଜି. ଶ୍ରୀନୁ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.