ଓଡ଼ଗାଁ, ୧୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥେଲେଟିକ ଆସୋସିଏସନ (ଆରଏଏ) ଆନୁକୂଳ୍ୟରେ ଆୟୋଜିତ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ରୋମାଞ୍ଚକର ମ୍ୟାଚରେ ଓଡ଼ଗାଁର ରଘୁନାଥ ଆଥେଲେଟିକ ଆସୋସିଏସନ ଚମ୍ପିୟାନ ହୋଇଥିବା ବେଳେ ରଙ୍ଗଣୀପାଟଣା ଦଳ ରନର୍ସ-ଅପ୍ ହୋଇଛି। ଟସ୍ ଜିତି ରଙ୍ଗଣୀପାଟଣା ଦଳ ପ୍ରଥମେ ବ୍ୟାଟିଂ କରିଥିଲେ ଓ ୧୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୫୦ ରନ୍ ସଂଗ୍ରହ କରିପାରିଥିଲେ। ପ୍ରତିଉତ୍ତରରେ ରଘୁନାଥ ଆଥେଲେଟିକ ଆସୋସିଏସନ ଦଳ ୬ ଓଭରରେ ୫ଟି ୱିକେଟ ହରାଇ ୫୨ ରନ୍ କରି ସହଜ ବିଜୟ ହାସଲ କରିଥିଲେ। ପୁରସ୍କାର ବିତରଣୀ ଅବସରରେ ରଙ୍ଗଣୀପାଟଣା ଦଳର ଗୁଡୁଙ୍କୁ ‘ବୋଲର ଅଫ୍ ଦି ସିରିଜ’ ପୁରସ୍କାର ଦିଆଯାଇଥିବା ବେଳେ ଚମ୍ପିୟାନ ଦଳର ଶୁଭ ‘ମ୍ୟାନ୍ ଅଫ୍ ଦି ସିରିଜ’ ଓ ‘ବେଷ୍ଟ ବ୍ୟାଟ୍ସମ୍ୟାନ୍’ ଭାବେ ସମ୍ମାନିତ ହୋଇଥିଲେ। ଆୟୋଜକ ସଂସ୍ଥାର ସମ୍ପାଦକ ଦିବାକର ନାୟକଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭେଟରାନ ଖେଳାଳି ଏବଂ ରାଜ୍ୟ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଯୋଗଦେଇ ଯୁବ ଖେଳାଳିମାନଙ୍କୁ ପ୍ରଶଂସା କରିଥିଲେ ଓ ଭବିଷ୍ୟତରେ ଉତ୍କୃଷ୍ଟ ଖେଳାଳି ହେବା ପାଇଁ ନିରନ୍ତର ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥି ଭାବେ ଆର୍ମି ଭେଟରାନ ଓ ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ ଯୁବକମାନଙ୍କୁ ସୁସ୍ଥ ରହିବା ପାଇଁ ଦୈନିକ ଖେଳରେ ଅଭ୍ୟାସ ରଖିବାକୁ ଉତ୍ସାହିତ କରିଥିଲେ। ସନ୍ତୋଷ ପ୍ରଧାନ ପୁରା ବର୍ଷ ଭରି ଏପରି କ୍ରୀଡ଼ା କାର୍ଯ୍ୟକ୍ରମ ଚାଲୁ ରହିବାକୁ ଆଶା ପ୍ରକାଶ କରିଥିଲେ।
ମ୍ୟାଚ ପରିଚାଳନାରେ ରାମେଶ୍ୱର, ତୋଫାନ, ସାଇ, ରାଜଶେଖର, ଲିଟି, ସୌମ୍ୟ ରଞ୍ଜନ, ବିକାଶ, ତୋଫାନ, ସୁନୀଲ, କପିଳେଶ୍ୱର, ବାଦଲ, ବୁଲୁ ଓ ଚନ୍ଦନ ସକ୍ରିୟ ଭୂମିକା ନିଭାଇଥିଲେ।
Sign in
Sign in
Recover your password.
A password will be e-mailed to you.