ରାଜ୍ୟ ସିଏମ ଟ୍ରଫି ଖୋ ଖୋ, କବାଡି, ଭଲିବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଉଦଘାଟିତ

0 2

କେନ୍ଦୁଝର,ତା୧୬/୪- ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ରାଜ୍ୟ ଖୋ ଖୋ ଆସୋସିଏସନ, ରାଜ୍ୟ କବାଡି ଆସୋସିଏସନ, ରାଜ୍ୟ ଭଲିବଲ ଆସୋସିଏସନ ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ଅପରାହ୍ନରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ୧୪ ବର୍ଷରୁ କମ ରାଜ୍ୟ ସିଏମ ଟ୍ରଫି ଖୋ ଖୋ, କବାଡି ଓ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଳକ ଓ ବାଳିକା ବିଭାଗରେ ସର୍ବମୋଟ ୩୩୮ ଜଣ ପ୍ରତିଯୋଗୀ ଏବଂ ୧୦୬ ଜଣ ଅଫିସିଆଲ ଓ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ୧୬ ଏବଂ ୧୭ ତାରିଖ ଦୁଇଦିନ ଧରି ପ୍ରବଳ ଗରମ ହେତୁ ଫ୍ଲଡ ଲାଇଟରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲ୍ଲିକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଓ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବରେ ଜିଲ୍ଲା କ୍ରୀଡା ସଂସ୍ଥା ଉପସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ କୁମାର ରଣା, କାଉନସିଲ ସଦସ୍ୟ ରାଜ କିଶୋର ମିଶ୍ର, ଗିରୀଶ ଚନ୍ଦ୍ର ହୋତା, ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।

Leave A Reply

Your email address will not be published.