ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

0 2

ବେଲଗୁଣ୍ଠା,୧୬/୦୪-(ଶିବରାମ ଚୌଧୁରୀ )-,କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ” ଜୈବ ବିବିଧତା ” ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଗିରିଧାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେ ତାଙ୍କର ଅଭିଭାଷଣରେ ଜୈବ ବିବିଧତା ପ୍ରକୃତିର ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନୀୟ ଅତିଥି ଭାବେ ରାସାୟନିକ ବିଭାଗର ମୁଖ୍ୟ ଡ଼ଃ. ଇ. ରବି ନାରାୟଣ ପାତ୍ର ମଣିଷକୁ ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଯୋଗାଇ ଦେବାରେ ଜୈବ ବିବିଧତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ମତବ୍ୟକ୍ତ ରଖିଥିଲେ। ଅନ୍ୟତମ ଅତିଥି ଯୁବ ରେଡ଼କ୍ରସ ଉପଦେଷ୍ଟା ଡ଼ଃ. ସଞ୍ଜୀବ କୁମାର ଦାଶ ଜଳବାୟୁ ନିୟନ୍ତ୍ରଣ ଏବଂ ମୂର୍ତ୍ତିକା ସଂରକ୍ଷଣରେ ଏହାର ପ୍ରମୁଖ ଭୂମିକା ରହିଛି ବୋଲି ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ରୂପେ ବିଭାଗର ଅନୀତା ତ୍ରିପାଠୀ ” ରାଜ୍ୟ ଜୈବ ବିବିଧତା ବୋର୍ଡ ” ଧାରା ୨୨ରେ ଲେଖାଯାଇଛି ଯେ,ଜୈବ ବିବିଧତାର ଅଂଶଗୁଡିକୁ ଏପରି ଉପଯୋଗ କରିବା ଆବଶ୍ୟକ ଯେପରି ଜୈବ ବିବିଧତାର ଦୀର୍ଘକାଳୀନ ହ୍ରାସ ନ ହୋଇ ବର୍ତମାନ ଏବଂ ଭବିଷ୍ୟତପୀଢ଼ିର ଆବଶ୍ୟକତା ଓ ଆଶାକୁ ପୂରଣ କରିବାରେ ସମ୍ଭାବନାକୁ ବଜାୟୀ ରଖାଯାଇପାରିବ ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରାରମ୍ଭରେ ୨ୟ ବର୍ଷର ଛାତ୍ରୀ ସାଇସ୍ମିତା ଜେନା “ଜୈବ ବିବିଧତା” ଶୀର୍ଷକ ସନ୍ଦର୍ଭ ପଠନ କରିଥିଲେ। ୨ୟ ବର୍ଷର ଛାତ୍ର ରିତେଶ ସ୍ୱାଇଁ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ସହିତ ଉଦ୍ଭିଦ ବିଜ୍ଞାନର ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାକୁ ୨ୟ ବର୍ଷ ସାଗର ନାୟକ ସଂଯୋଜନା କରିଥିଲେ। ପରିଶେଷରେ ୨ୟ ବର୍ଷ ଛାତ୍ରୀ ସନ୍ଧ୍ୟାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଉଦ୍ଭିଦ ବିଜ୍ଞାନଗାରର ସହାୟକ ଭୂଷଣ ଗୌଡ଼ଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.