ସାରିଆପଲ୍ଲୀରେ ହନୁମାନ ଜୟନ୍ତୀ ପାଳନ।

0 2

ବେଲଗୁଣ୍ଠା -୧୪-୦୪-୨୬-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗିନାଠୀ ଗ୍ରାମପଞ୍ଚାୟତର ସାରିଆପଲ୍ଲୀ ଗ୍ରାମରେ ଗତକାଲି ଅର୍ଥାତ ୧୪/୦୪/୨୬ ତାରିଖ ଦିନ ହନୁମାନ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଛି। ଉକ୍ତ ଦିନ ଗ୍ରାମର ସମସ୍ତ ବ୍ୟକ୍ତି ଠାକୁରଙ୍କୁ ଗ୍ରାମ ସାରା ଭ୍ରମଣ କରାଇବା ସହ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ପଣାର ଆୟୋଜନ କରିଥିଲେ ଓ ତତ୍ ସହିତ ଅନ୍ନପ୍ରସାଦ ଆୟୋଜନ କରାଯାଇଥିଲା। ଗ୍ରାମର ବଦାନ୍ୟ ବ୍ୟକ୍ତି ବିଦେଶୀ ପରିଡା ସସ୍ତ୍ରିକ ହୋମ କାର୍ଯ୍ୟ ସଂପାଦନ କରିବା ସହ ପୂଜାର ସମସ୍ତ ଦାୟିତ୍ୱ ବହନ କରିଥିଲେ। ପାଖାପାଖି ଗ୍ରାମର ପ୍ରାୟ ୧୫୦୦ ଲୋକ ପ୍ରସାଦ ସେବନ କରିଥିଲେ। ଏଥିରେ ଗ୍ରାମର ମହାବୀର ଯୁବକ ସଂଘ ସମ୍ପୂର୍ଣ ଭାବେ ସହଯୋଗ କରିଥିଲେ। ସଂଧ୍ୟାରେ ଠାକୁରଙ୍କ ଆଳତି ସହ ବାଜା ପଟୁଆର ଓ ଆତସବାଜିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା।

Leave A Reply

Your email address will not be published.