ବେଲଗୁଣ୍ଠା,୧୪/୦୪-(ଶିବରାମ ଚୌଧୁରୀ )-,ଆଜି ମହା ବିଷୁବ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ମାଆ ଦକ୍ଷିଣ କାଳୀ ପୀଠରେ ହୋମ ଯଜ୍ଞ ଅନୁଷ୍ଠିତ ହେବା ସହିତ ପଣା ସଂକ୍ରାନ୍ତି ପାଳନ କରାଯାଇଛି I ଏଥିରେ ପୁରୋହିତ ଭାବେ ଶୁଭକାନ୍ତ ପତି,ପୂଜକ ଭାବେ ବୁନା ପତି, ମାଳି ତରଣୀ ସେନ୍ ରଣା ଏବଂ ଦେବାଶିଷ ରଣା ଦାୟିତ୍ୱ ତୁଲାଇ ଥିବା ବେଳେ କର୍ତ୍ତା ଭାବେ ସଞ୍ଜୟ କୁମାର ସୁବୁଦ୍ଧି ଏବଂ ତାଙ୍କ ଧର୍ମ ପତ୍ନୀ ସ୍ଵର୍ଣ୍ଣ ସୁବୁଦ୍ଧି ଯଜ୍ଞ କାର୍ଯ୍ୟ ତୁଲାଇ ଥିଲେ I ସୁରେଶ ସୁବୁଦ୍ଧି,ସନତ୍ କୁମାର ସୁବୁଦ୍ଧି ଖୁସି ସୁବୁଦ୍ଧି ଓ ଲଳିତା ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ସଭାପତି ଭାସ୍କର ପାତ୍ର, ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପରିଚାଳକ ଶଙ୍କର ବେହେରା, କମିଟି ସଦସ୍ୟ ସଞ୍ଜୟ ବେହେରା, କାଶୀନାଥ ସାହୁ,ଲିକୁ ସାହୁ, ଶଙ୍କର ଦଳେଇଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ସହ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଣ୍ଟନ କରାଯାଇଥିଲା I ଏହା ସହିତ ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳନ କରାଯିବା ସହିତ ପଣା ବଣ୍ଟନ କରାଯାଇଛି I ଆଜି ମନ୍ଦାର ଗ୍ରାମର ଗ୍ରାମ ଦେବତୀଙ୍କ ନିକଟରେ ଗ୍ରାମବାସୀଙ୍କ ତରଫରୁ ପଣା ପ୍ରସ୍ତୁତ କରାଯାଇ ବାଟୋଇଙ୍କୁ ପଣା ବଣ୍ଟନ କରାଯାଇଥିଲା I ସେହିପରି ଖଇରପୁଟି ହନୁମାନ ମନ୍ଦିରରେ ମଧ୍ୟ ବାଟୋଇଙ୍କ ପାଇଁ ପଣାର ବ୍ୟବସ୍ଥା କରାଯାଇଥିଲା I ପାଇଲିପଡ଼ା ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ଅନୁଷ୍ଠିତ ହେବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସନ୍ଧାନ ପବ୍ଳିକ୍ ସ୍କୁଲ୍ ପକ୍ଷରୁ ମାଆ ବୁଢାକେନ୍ଦୁ ଛକ ନିକଟରେ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.