ଓଡ଼ଗାଁ, ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ କୋମଣ୍ଡ ରାଜସ୍ବ ଅଞ୍ଚଳରୁ ବେଆଇନ ଭାବେ ମାଙ୍କଡ଼ା ପଥର ଚୋରା ଚାଲାଣ କରାଯାଉଥିବା ବେଳେ ଓଡ଼ଗାଁ ପୋଲିସ ଏକ ଟ୍ରାକ୍ଟରକୁ ଜବତ କରିଛି। ଜବତ ହୋଇଥିବା ଟ୍ରାକ୍ଟରଟିର ନମ୍ବର ଓଡି-୨୫-ଏମ-୪୧୮୪ ବୋଲି ସୂଚନା ମିଳିଛି।
ପୋଲିସ ରବିବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ସୋମବାର ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ କୋମଣ୍ଡ ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ଅଭିଯାନରେ ମାଙ୍କଡ଼ା ପଥର ବୋଝେଇ ଉକ୍ତ ଟ୍ରାକ୍ଟରକୁ ଅଟକାଇ ଓଡ଼ଗାଁ ଥାନାକୁ ଆଣାଯାଇଥିଲା।
ଏହି ଘଟଣା ସମ୍ବନ୍ଧରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିବା ସହ ଆବଶ୍ୟକ ଆଇନୁକ୍ତ ପ୍ରକ୍ରିୟା ପରେ ଟ୍ରାକ୍ଟର ଚାଳକଙ୍କୁ ଛାଡ଼ି ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, କୋମଣ୍ଡ ଅଞ୍ଚଳରୁ ପ୍ରାୟ ପ୍ରତିରାତି ବହୁ ପରିମାଣରେ ମାଙ୍କଡ଼ା ପଥର ବେଆଇନ ଭାବେ ଚାଲାଣ ହେଉଛି। ଏହି ଯାନବାହନଗୁଡ଼ିକ ମୁଖ୍ୟ ରାସ୍ତାକୁ ଏଡ଼ି ଗ୍ରାମାଞ୍ଚଳର ସଙ୍କୀର୍ଣ୍ଣ ରାସ୍ତା ଦେଇ ଦୃତ ଗତିରେ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ସର୍ବଦା ବିପଦ ସୃଷ୍ଟି ହେଉଛି। ଏପରି ଚୋରା ଚାଲାଣ ଘଟଣା ପଛରେ ପଥର ମାଫିଆଙ୍କୁ କେତେକ ପ୍ରଭାବଶାଳୀ ରାଜନୈତିକ ସହଯୋଗ ମିଳୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହା ଉପରେ ଖଣି ବିଭାଗର କଡ଼ା ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Prev Post