ଓଡ଼ଗାଁ ବ୍ଲକରେ ଓଡ଼ିଆ ପକ୍ଷ – ୨୦୨୬ ପାଳିତ

0 2

ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟର ପସରା ବୁଲି ଦେଖିଥିଲେ ଅଧିକାରୀ,

ଓଡ଼ଗାଁ ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପରିସରରେ ଓଡ଼ିଶା ଭାଷା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୋମବାର ବ୍ଳକ ସ୍ତରୀୟ ଓଡ଼ିଆ ପକ୍ଷ – ୨୦୨୬ ପାଳିତ ହୋଇଯାଇଛି। ବ୍ଳକର ବିଭିନ୍ନ ପଞ୍ଚାୟତରୁ ୨୫ ସ୍ବୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଅନେକ ପ୍ରକାରର ପାରମ୍ପରିକ ପୌଷ୍ଟିକ ଖାଦ୍ୟର ପସରା ପ୍ରଦର୍ଶିତ କରିଥିବା ବେଳେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ବିଡିଓ ପ୍ରିତିବାଳା ରଣା, ବ୍ଳକ ଯୋଗାଣ ନିରୀକ୍ଷକ ମଳୟ ମେହେର ଏବଂ ବ୍ଳକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ବଜିତ ଯେନା ଖାଦ୍ୟ ପସରା ବୁଲି ଦେଖିବା ସହିତ ଖାଦ୍ୟର ସ୍ବାଦ ପରୀକ୍ଷା କରିଥିଲେ।ପରେ ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା,ଅତିରିକ୍ତ ତହସିଲଦାର ଜି ଶ୍ରୀନୁ,ଓଡ଼ଗାଁ ଥାନା ଏସଆଇ ଚକ୍ରଧର ସିଂ ପ୍ରମୁଖ ଖାଦ୍ୟର ସ୍ବାଦ ପରୀକ୍ଷା କରିଥିଲେ।ଏବଂ ବିଭିନ୍ନ କାର୍ଯ୍ୟରେ ବ୍ଲକକୁ ଆସିଥିବା ମହିଳା ଓ ପୁରୁଷମାନେ କ୍ଷୁଦ୍ର ଶସ୍ୟ ମାଣ୍ଡିଆ ବ୍ୟବହାର କରାଯାଇ ପ୍ରସ୍ତୁତ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପ୍ରକାରର ଖାଦ୍ୟ ପ୍ରଦର୍ଶନୀ ବୁଲି ଦେଖିବା ସହ ଚାଖିଥିଲେ। ଖାଦ୍ୟର ସ୍ବାଦ ଜାଣିବା ପାଇଁ ଗୋଷ୍ଠୀ ମାନଙ୍କ ମଧ୍ୟରେ ମଧ୍ୟ ଦିଆ ନିଆ ହୋଇଥିଲା। ବ୍ଳକ୍ ଜୀବିକା ମିଶନ ସଂଯୋଜକ ସୁରଜ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଯୋଜକ ରବିନାରାୟଣ ବରାଡ,ସମୀର ରଞ୍ଜନ ମହାପାତ୍ର,ଅରୁଣ କୁମାର ପାତ୍ର, ସୁକାନ୍ତି ପ୍ରଧାନ ସହଯୋଗ କରିଥିଲେ।

Leave A Reply

Your email address will not be published.