ଝାରସୁଗୁଡାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦ୍ବିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

0 2

ଝାରସୁଗୁଡା, ୧୩ ଏପ୍ରିଲ: ଝାରସୁଗୁଡା ସହରସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦ୍ବିବସୀୟ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ଶିବିରରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନ ଓ ନୀତି-ଆଦର୍ଶ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଥିଲା।

ଝାଡ଼େଶ୍ୱର ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାଡ଼େଶ୍ୱର ମଣ୍ଡଳର ସମସ୍ତ ଭାଜପା ସଦସ୍ୟ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାଜପା ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ କରିଥିଲେ।

ତାଙ୍କ ଅଭିଭାଷଣରେ ସେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ‘ଅନ୍ତ୍ୟୋଦୟ’ ଦର୍ଶନକୁ ଅନୁସରଣ କରି ସମାଜର ଶେଷ ସ୍ତରର ଲୋକଙ୍କ ପାଖରେ ବିକାଶର ଲାଭ ପହଞ୍ଚାଇବାକୁ ଆହ୍ୱାନ ଜଣାଇଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ଦୀନଦୟାଲଙ୍କ ଜୀବନ ଓ ଆଦର୍ଶକୁ ଅନୁସରଣ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରିତ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରେମସେନ ରାୟ, ନେତାଜୀ ପଟ୍ଟନାୟକ, ଚକାମନ ସା ଓ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଏହାସହ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ଓ ବିଭିନ୍ନ ସଂଗଠନମୂଳକ ବିଷୟରେ ଆଲୋଚନା କରାଯାଇଥିଲା।

ଶିବିରରେ ରବି କୁମାର, ପଙ୍କଜ ବେହେରା, ଲକ୍ଷ୍ମଣ ଦେହୁରୀ, ସନ୍ତୋଷ ଯାଦବ, ବିମଳେନ୍ଦୁ ଭୋଳ ସହିତ ଅନେକ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଦେଇଥିଲେ।

ଶେଷରେ ସମସ୍ତ ସଦସ୍ୟ ଦଳୀୟ କାର୍ଯ୍ୟକୁ ଆଗାମୀ ଦିନରେ ଅଧିକ ସକ୍ରିୟତାର ସହ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ଏହି ଶିବିର ରବିବାର ଓ ସୋମବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ସୋମବାର ଉଦଯାପିତ ହୋଇଥିଲା।

Leave A Reply

Your email address will not be published.