ନବାଗତ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା।

0

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ,ତାଲପାଲି ରେ ନୂତନ ଭାବରେ ଯୋଗଦେଇଥିବା ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ବିଦ୍ୟାଳୟରେ ଗତ ତା  ୧୮.୦୨.୨୦୧୯ ରିଖ ସୋମବାର ଦିନ  ଶ୍ରୀମତୀ ମୀନାକ୍ଷୀ ମଞ୍ଜରୀ ସାହୁ ଯୋଗ ଦେଇଥିଲେ। ସେ ପୂର୍ବରୁ ଗାଇସିଲେଟ ସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନ କରୁଥିଲେ ଆଜି ତାଙ୍କୁ ଫୁଲ ତୋଡାଦେଇ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ  ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସାହୁ  ସଭାପତିତ୍ବ କରି ସ୍ବାଗତ ଭାଷଣ ଦେବା ସହ ଆୟୋଜିତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୋଚନ ସେଠଙ୍କୁ ବିଦ୍ୟାଳୟ ତରଫରୁ ଉପଢକନ, ଛତା,କଳମ,ଡାଏରୀ ଏବଂ ମନି ବ୍ୟାଗ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଦୀର୍ଘ ଦୁଇ ବର୍ଷ ହେଲା ସେ ଅସୁସ୍ଥ ଥିଲେ ମଧ୍ୟ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇ ଶିକ୍ଷାଦାନ କରି ବାକୁ ଆସୁଥିଲେ।

ଶ୍ରୀଯୁକ୍ତ ସେଠ ବରଗଡ ଜିଲ୍ଲାର ପାଇକମାଲ ବ୍ଲକର ପଲସଦା ବାଳିକା ଲୋୟର ପ୍ରାଏମେରି ସ୍କୁଲରୁ  ଶିକ୍ଷକତା ଆରମ୍ଭ ଉକ୍ତ ବ୍ଲକର ଗୋପାଲପୁର ଲୋୟର ପ୍ରାଏମେରି ସ୍କୁଲ, ସାଲେପାଲି ୟୁପି ସ୍କୁଲ,ରାଜବୋଡାସମ୍ବର ବ୍ଲକର ରଜାପଡା ୟୁପି ସ୍କୁଲ,ବୁଡାମାଲ ୟୁଜିୟୁପି ସ୍କୁଲ,ଝାରବନ୍ଧ ବ୍ଲକର ଠାକୁରଦିଆ ୟୁପି ସ୍କୁଲରି ପ୍ରଧାନ ଶିକ୍ଷକ ଭାବରେ ଯୋଗଦେଇ ପୁଣି ରାଜବୋଡାସମ୍ବର ବ୍ଲକର ବରିହାପାଲି ଏନୟୁପିଏସ୍ ସ୍କୁଲ ରେ ପ୍ରଧାନ ଶିକ୍ଷକ ରହି ତା ୧୭.୦୨.୧୪ରିଖରେ ଗାଇସିଲେଟ ବ୍ଲକର  ନୋଡାଲ ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ ଯୋଗଦେଇ ଦୀର୍ଘ ପାଞ୍ଚ ବର୍ଷର ଚାକିରୀ ପରେ ଆଜି ଷାଠିଏ ବର୍ଷ ବୟସରେ ଚାକିରୀ ଜୀବନରୁ ଅବସର ପାଇଛନ୍ତି । ନିଜ କର୍ତ୍ତବ୍ୟକୁ ହେଲା ନକରି ନିଜର ଶାରୀରିକ ଅସୁସ୍ଥତାକୁ ଖାତିରନକରି ନିଜ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କୁ ଆଜି ଶତାଧିକ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ମେନେଜମେଣ୍ଟ କମିଟିର ସମସ୍ତ ସଦସ୍ୟ  ଅଶ୍ରୁଳ ନୟନରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ସାମ୍ବାଦିକ ଝସକେତନ ସାହୁ ଏବଂ କେଦାର ନାଥ ସାହୁ ଉକ୍ତ ସଭାରେ ଯୋଗ ଦେଇଥିବା ବେଳେ ସି.ଆର.ସି ଶ୍ରୀଯୁକ୍ତ  ମହେନ୍ଦ୍ର ରାଉତ  ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Leave A Reply

Your email address will not be published.