ବେଲଗୁଣ୍ଠା:୧୨/୦୪ -(ଶିବରାମ ଚୌଧୁରୀ )-ଆଜି ପ୍ରଭାତ ପ୍ରାୟ ୪ଟା ସମୟରେ ବେଲଗୁଣ୍ଠା ସ୍ଥିତ ବରଗାଁ ରାସ୍ତାରେ ଏକ ଟ୍ରକ୍ରେ ପ୍ରାୟ ୩୦ରୁ ଅଧିକ ଗୋରୁଙ୍କୁ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ଘଟଣା ସମ୍ମୁଖକୁ ଆସିଥିଲା ରାସ୍ତାରେ ଯାଉଥିବl ଦଣ୍ଡୁଆ ଭକ୍ତମାନେ ପ୍ରଥମେ ଏହାକୁ ଦେଖି ତୁରନ୍ତ ଘୁମୁସର ବଜରଙ୍ଗ ଦଳର ସଦସ୍ୟ ଓ ବରଗାଁ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ବେଲଗୁଣ୍ଠା ପ୍ରଖଣ୍ଡ ବଜରଙ୍ଗ ଦଳର ସଦସ୍ୟମାନେ ଘଟଣାସ୍ଥଳରେ ତୁରନ୍ତ ପହଁଚିଥିଲେ। ଧରାପଡ଼ିବା ଭୟରେ ଗୋ ମାଫିଆ ଡ୍ରାଇଭର ଟ୍ରକ୍ ଭିତରୁ ଗୋମାତାମାନଙ୍କୁ ବାହାର କରି ରାସ୍ତାରେ ଛାଡ଼ି ଖସିଯିବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା ପରେ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଁଚି ୬ଟି ଗୋରୁ ସହିତ ଟ୍ରକ୍ ଏବଂ ଡ୍ରାଇଭରକୁ ଅଟକ ରଖି ଥାନାକୁ ନେଇ ତଦନ୍ତ ଜାରି ରଖିଛନ୍ତି। ଜବତ ହୋଇଥିବା ୬ଟି ଗୋରୁକୁ ଗାଡି ନେଇ ତନରଡ଼ା ଗୋଶାଳାକୁ ସୁରକ୍ଷିତ ଭାବେ ପଠାଯାଇଛି।
ଗ୍ରାମବାସୀ ଓ ବଜରଙ୍ଗ ଦଳ ସଦସ୍ୟମାନଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଏହି ବେଆଇନ ଚାଲାଣକୁ ରୋକାଯାଇପାରିଥିବାରୁ ସ୍ଥାନୀୟ ଅଞ୍ଚଳରେ ବଜରଙ୍ଗ ଦଳର ସଦସ୍ୟ ମାନଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.