ବେଲଗୁଣ୍ଠା, ୧୨/୦୪,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା (ପଶ୍ଚିମ) କଂଗ୍ରେସ୍ ସଭାପତି ରୂପେ ଦଣ୍ଡପାଣି ପାତ୍ର ନିଯୁକ୍ତ ହେବା ପରେ ତାଙ୍କର ଏକ ନୂତନ କମିଟି ସମ୍ପର୍କରେ ପ୍ରଦେଶ କଂଗ୍ରେସ୍ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ଦଣ୍ଡପାଣି ପାତ୍ରଙ୍କ ଏହି ନୂତନ କମିଟିରେ ଚାରି ଜଣ ଉପସଭାପତି ଏବଂ ଦଶ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି I ସୂଚନା ପ୍ରକାରେ ବ୍ରଜେନ୍ଦ୍ର ବିନ୍ଧାଣୀରା, ଜୟନ୍ତୀ ମହାନନ୍ଦିଆ,ରବୀନ୍ଦ୍ର କୁମାର ଗୌଡ଼ ଏବଂ ସୁନାରାମ ସାବତଙ୍କୁ ଉପସଭାପତି ଭାବେ ଦାୟିତ୍ୱ ମିଳିଥିବା ବେଳେ ଅଗସ୍ତି ବରାଡ, ବବି ଅନନ୍ତନାଗ ରଥ, ବିକ୍ରମ ପଣ୍ଡା, ଜିତୁ ନାଇକ, ମାନସ ଦାସ, ପାଣୁ ଚନ୍ଦ୍ର ଗୌତ୍ଲା,ପ୍ରଦୀପ ପୋଲାଇ, ପ୍ରଶାନ୍ତ ବିଷୋୟୀ,ସଞ୍ଜୟ ମଣ୍ଡଳ ଏବଂ ସୁରେନ୍ଦ୍ର ସାହୁଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି I ସେହିପରି ଦଣ୍ଡପାଣିଙ୍କ ଟିମ୍ ର ଆଠ ଜଣ ବ୍ଳକ୍ ସଭାପତି ଏବଂ ପାଞ୍ଚ ଜଣ ନଗର ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି I ନୂତନ ଭାବେ ଆସ୍କା ବ୍ଳକ୍ ସଭାପତି ଭାବେ ସୁଶାନ୍ତ କୁମାର ରାଉତ, ବେଲଗୁଣ୍ଠା ବ୍ଳକ୍ ସଭାପତି ମଧୁସୂଦନ ପଣ୍ଡା, ଖଲ୍ଲିକୋଟ ବ୍ଲକ୍ ସଭାପତି ମେଘନାଦ ଦଳାଇ, ଭଞ୍ଜନଗର ବ୍ଳକ୍ ସଭାପତି ବାଲ୍ୟ ବେହେରା, ସୋରଡା ବ୍ଲକ୍ ସଭାପତି ବୁଦ୍ଧଦେବ ମଲ୍ଲିକ, ଜଗନ୍ନାଥ ପ୍ରସାଦ ବ୍ଳକ୍ ସଭାପତି ରଜନୀ ବିଶ୍ଵାଳ,ବୁଗୁଡା ବ୍ଳକ୍ ସଭାପତି ଜାନକୀ ରାଉତ,ପୋଲସରା ବ୍ଲକ୍ ସଭାପତି ଭାବେ ଫ୍ରଫୁଲ୍ଲ ଜେନାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ରାଜେନ୍ଦ୍ର ବିଶ୍ୱାଳ, ପ୍ରମୋଦ ଭୂୟାଁ,ସୁବ୍ରତ ପଟ୍ଟନାୟକ,ମାନ ମଦନ ସାହୁ ଏବଂ ସୁଜିତ୍ ସ୍ୱାଇଁଙ୍କୁ ଯଥାକ୍ରମେ ଆସିକା, ଭଞ୍ଜନଗର, ପୋଲସରା, ଖଲ୍ଲିକୋଟ ଏବଂ ବୁଗୁଡ଼ାର ନଗର ସଭାପତି ଭାବେ ନିଯୁକ୍ତ କରାଯାଇଛି I ନୂତନ ଟିମ୍ ଗଠନ ପରେ ଜିଲ୍ଲା ସଭାପତି ଶ୍ରୀ ପାତ୍ର ପ୍ରଦେଶ କଂଗ୍ରେସ୍ କମିଟିକୁ କୃତଜ୍ଞତା ଜଣାଇଛନ୍ତି I ନିଜ ନୂତନ ଟିମ୍ କୁ ନେଇ ଶ୍ରୀ ପାତ୍ର ତୃଣମୂଳ ସ୍ତରରୁ କଂଗ୍ରେସ୍ କୁ ସଂଗଠିତ କରିବା ସହିତ ଆଗାମୀ ନିର୍ବାଚନରେ କଂଗ୍ରେସ୍ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.