ଅବସର କାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ।

0 2

 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି, ତା ୧୧/୦୪ ଗତକାଲି ୧୦.୦୪ ଦିନ ସଂଧ୍ୟା ୬.୦୦ ଘଣ୍ଟିକା ସମୟରେ ମାଲକାନଗିରି ଜିଲ୍ଲା ଶିକ୍ଷକ ଭବନ ଠାରେ ଅବସର ପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର କୋଷାଧ୍ୟକ୍ଷ ଚିତ୍ତ ରଞ୍ଜନ ସରକାର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି।ଏହି ସଭା ରେ ଜିଲ୍ଲା ପ୍ରାଥମିକ ସଂଘର ସଭାପତି ତାରକ ମଣ୍ଡଳଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଟ ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ରୂପେ ରାଜ୍ୟ ସଂଘ ଉପ-ସଭାପତି ରଂଜିତ କୁମାର ନାୟକ, ଉତ୍କଳ ସାମ୍ବାଦିକ ସଭାପତି ଅଶୋକ ମିଶ୍ର, ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ, କୋରୁକୋଣ୍ଡା ବ୍ଲକ ସମ୍ପାଦକ ପ୍ରଶାନ୍ତ ବେହେରା,ସମାଜସେବୀ ତଥା ପରିବର୍ତ୍ତନ ଏନଜିଓ ର ଡାଇରେକ୍ଟର ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ହୋଇ ଚିତ୍ତରଞ୍ଜନ ସରକାର ଙ୍କ ବ୍ୟକ୍ତିତ୍ଵ ଓ ୩୧ ବର୍ଷ ଚାକିରୀ ଜୀବନ ସମ୍ବନ୍ଧ ରେ ପରିପ୍ରକାଶ କରିଥିଲା l ସଭାଟିକୁ ମାଲକାନଗିରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାମପ୍ରସାଦ ପାଢ଼ୀ ପରିଚାଳନା କରିଥିଲେ l ଚିତ୍ତ ରଞ୍ଜନ ସରକାର ବ୍ଲକ ଶିକ୍ଷକ ସଂଘ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷକ ସଂଘ ରେ ଏକ ନିର୍ଭୀକ କର୍ମକର୍ତ୍ତା ଭାବେ କାର୍ଯ୍ୟ କରିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସ୍ବାର୍ଥ ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିବା କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ଗତ ତା ୩୧. ୦୧. ୨୦୨୬ ରେ ଅବସର ନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ୩୧ ବର୍ଷ ଚାକିରୀ ସମୟରେ କୌଣସି ପ୍ରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନଥାଇ ପେନସନ କାହଁକି ହୋଇନାହିଁ ବୋଲି ସମସ୍ତେ କ୍ଷୋଭ ତଥା ଉଦବେଗ ପ୍ରକାଶ କରିଥିଲେ ଓ ଯଥାଶୀଘ୍ର ଏହାର ପ୍ରତିକାର ପୂର୍ବକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ସଭାରେ ମନୋରଞ୍ଜନ ବେହେରା,ବିକାଶ ସେଠୀ, ଗଣେଶ ଜେନା, ମନୋରଞ୍ଜନ ସେଠି, ଶ୍ରୀଧର ସାହୁ, ପ୍ରଦୀପ ଦଳେଇ ,ସୁରେନ୍ଦ୍ର ମହାରଣା, ଉମାକାନ୍ତ ମୁଦୁଲି, ବସନ୍ତ ରାଉତ, କଳ୍ପତରୁ ନାୟକ,ସିମାଞ୍ଚଳ ଭୂୟାଁ, ଖଗେଶ୍ୱର ରାଉତ,ଜ୍ଞାନ ସ୍ୱାଇଁ ତଥା ଶତାଧିକ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ହୋଇ ଶ୍ରୀ ସରକାର ଙ୍କ ଆଗାମୀ ଜୀବନ ସୁଖ ଓ ଶାନ୍ତି ମୟ ହେଉ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ସମୀରକାନ୍ତ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସର ରେ କିଛି ଆତ୍ମୀୟ ଶିକ୍ଷକ ବୃନ୍ଦ ଙ୍କ ଦ୍ଵାରା ଶ୍ରୀ ସରକାର ଙ୍କୁ ଉପହାର ପ୍ରଦାନ କରାଯାଇଥିଲା ଏବଂ ଏକ ନୈଷ୍ୟ ଭୋଜ୍ୟ ର ଆୟୋଜନ ବି କରାଯାଇଥିଲା।

Leave A Reply

Your email address will not be published.