
ଭୁବନେଶ୍ୱର, ଏପ୍ରିଲ ୧୧: ବିଶିଷ୍ଟ ନ୍ୟୁରୋସର୍ଜନ ଓ ଶିକ୍ଷାବିତ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ସେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରତିଷ୍ଠାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ତାଙ୍କ ପରଲୋକରେ ସୋଆ ପକ୍ଷରୁ ଶନିବାର ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏହ ଶୋକ ସଭାରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜର ଶୋକ ବ୍ୟକ୍ତ କରିବା ସହ ଚିକିତ୍ସା କ୍ଷେତ୍ରରେ
ପ୍ରଫେସର (ଡାକ୍ତର) ମହାନ୍ତିଙ୍କ ଅବଦାନ ଅନେକ ଛାତ୍ରଛାତ୍ରୀ ଓ ବିଶିଷ୍ଟ କର୍ମକର୍ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି କହିଥିଲେ ।
ଏହି ଶୋକ ସଭାରେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଜଏଂଟ ରେଜିଷ୍ଟ୍ରାର ଶ୍ରୀ ଭୀଷ୍ମ ଚରଣ ଦାସ, ଚିଫ୍ ଆଡ଼ମିନିସ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ସୋଆର କର୍ମଚାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.