ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ କପାଗଡ଼ିଆ ଠାରେ ଆହୋରାତ୍ର କପା ଗଡ଼ିଆ ପ୍ରିମୀୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୋଟ ବାର ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଖେଳ କୁ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିମ୍ବାଧର ସେନାପତି ଓ କ୍ଲବ ର ମୁଖ୍ୟ ରାଜେଶ କୁମାର ସେଠୀ ଉଦ୍ ଘାଟନ କରିଥିଲେ। ବିଜୟୀ ଟିମ୍ କୁ ଅର୍ଥିକ ରାଶି ଟ୍ରଫି ଓ ରନସ ଅଫ୍ ଟିମ୍ କୁ ଆର୍ଥିକ ରାଶି ଟ୍ରଫି ପ୍ରଦାନ କରାଯାଇଛି। ଶେଷ ପର୍ଯ୍ୟାୟରେ ଫାଇନାଲ ଖେଳ ଲଲାଟ ଇଲେଭେନ ଭଣ୍ଡାରୀ ପୋଖରୀ ଓ ଏ ପି କ୍ରିକେଟ କ୍ଲବ୍ ବାଲେଶ୍ୱର ମଧ୍ୟ ରେ ଅନୁଷ୍ଠିତ ହୋଇଛି। ଏଥିରେ ଲଲାଟ ଇଲେଭେନ ଭଣ୍ଡାରିପୋଖରୀ ଚଳିତ ବର୍ଷ କପାଗଡିଆ ପ୍ରୀମିୟର ଲିଗ୍ କ୍ରିକେଟ ମ୍ୟାଚ ର ଚମ୍ପିୟାନ ହୋଇଛି।କ୍ଲବ୍ ର ସଦସ୍ୟ ରାଜେଶ , ହେମନ୍ତ, କୁନା, ଜୟନ୍ତ୍, ସପନ, କୁଟୁ, ମୋହନ, ରଞ୍ଜନ, ନିଲୁ, ଲିଟୁ, ଅଭୟ, ଲିପୁନ୍, ସ୍ୱାଗତ, ସାଇ, ସୂର୍ଯ୍ୟକାନ୍ତ, ସଞ୍ଜୟ, ଚନ୍ଦନ, ମନୋରଂଜନ, ମଳୟ, ବବୁଲୁ, ପ୍ରକାଶ ଙ୍କ ସହ ବହୁ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post