ଓଡ଼ଗାଁ ୧୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ ତରଫରୁ ସମ୍ପାଦକ ତଥା ଓଡ଼ଗାଁ ଅଞ୍ଚଳର ଖେଳ ମଣିଷ ଭାବେ ସୁପରିଚିତ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରଥମ ଅଣ୍ଡର ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ମିନି ଷ୍ଟାଡିୟମରେ ବିଜେପି ରାଜ୍ୟ ଯୁବ ସଂଯୋଜକ ସନ୍ତୋଷ କୁମାର ପ୍ରଧାନଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଶୁକ୍ରବାର ପ୍ରଥମ ଦିନ ଓଡ଼ଗାଁ (ସି)ଦଳ ଓ କୁରୁମ ବାଙ୍କତରା ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।କୁରୁମବାଙ୍କତରା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୯୮ ରନ୍ ସଂଗ୍ରହ କରିଥିଲା।ଏହାର ମୁକାବିଲା କରିବାକୁ ଯାଇ ଓଡ଼ଗାଁ (ସି)ଦଳ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୮୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଫଳରେ କୁରୁମବାଙ୍କତରା ଦଳ୧୧ରନରେ ମ୍ୟାଚ ଜିତି କ୍ବାଟର ଫାଇନାଲକୁ ଉନ୍ନୀତ ହୋଇଥିଲେ। ଆଜିର ମ୍ୟାଚକୁ ରାମେଶ୍ୱର ସାହୁ, ତୁଷାର,ରାଜୁ,ଆରିଆନ, ସୁନୀଲ୍, ସାଇ, ବାଦଲ,କିଷନ ପରିଚାଳନା କରିଥିଲେ। ଆସନ୍ତାକାଲି ଶନିବାର ମ୍ୟାଚ୍ ରଘୁନାଥ ଆଥଲେଟିକ୍ ଆସୋସିଏସନ ଓଡ଼ଗାଁ ଏବଂ ଗର୍ଜିନ ମଧ୍ୟରେ ଅନୁଷ୍ଠିତ ହେବ।
Sign in
Sign in
Recover your password.
A password will be e-mailed to you.