ପଞ୍ଚପଡ଼ା ହାଇସ୍କୁଲରେ ବେଦାନ୍ତର ଅଗ୍ନିସୁରକ୍ଷା ମକଡ୍ରିଲ

0 2

ଝାରସୁଗୁଡ଼ା, ୧୦/୦୪( )– ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଳୁମିନା କାରଖାନାର ସିଏସଆର କାର୍ଯ୍ୟକ୍ରମ ଅନୁସାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଞ୍ଚପଡ଼ାରେ ଅଗ୍ନିସୁରକ୍ଷା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବେଦାନ୍ତ କାରଖାନାର ଅଗ୍ନି ସୁରକ୍ଷା ଇନଚାର୍ଜ ଅଂଶୁମାନ ପତିଦାର ଓ ଫାୟାର ଅଫିସର ସତ୍ୟନାରାୟଣ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଗ୍ନିକାଣ୍ଡର କାରଣ, ଅଗ୍ନିର ପ୍ରକାର ଓ ଅଗ୍ନିକୁ କିପରି ସୁରକ୍ଷିତ ଭାବେ ନିୟନ୍ତ୍ରଣ କରାଯାଇପାରେ ସେଥିପରେ ବିସ୍ତୃତ ଜାଣକାରି ଦେଇଥିଲେ।

ଏହାସହିତ କମ୍ପାନୀର ଅଗ୍ନି ସୁରକ୍ଷା କର୍ମୀ ବୁଲୁ ପେରା ଓ ଶିବ କୁମାର ମଲ୍ଲିକ ନିଆଁ ନିବାପନ ପ୍ରଣାଳୀ ସମ୍ବନ୍ଧୀୟ ମକଡ୍ରିଲ ପ୍ରଦର୍ଶନ କରିଥିଲେ, ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ଉପକାରୀ ହୋଇଥିଲା।

ଏହି ଅବସରରେ ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକଙ୍କ ସହ ଶିକ୍ଷକ ଆଲୋକ ପଟେଲ, କୁଶ ଭୁଏ, ଖେଳ ଶିକ୍ଷୟତ୍ରୀ ପଙ୍କଜିନୀ ପଟେଲ, ସୁନନ୍ଦା ଚୌଧୁରୀ, ଜୟନ୍ତୀ ନାଥ, ବିନିତା ପ୍ରଧାନ, ସଙ୍ଗୀତା କେରକେଟା, ସ୍ନେହଲତା ନାଏକ, ଫଗୁନି ନାଏକ ଓ ପ୍ରମିତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଗ୍ନିସୁରକ୍ଷା ପ୍ରତି ସଚେତନତା ବୃଦ୍ଧିରେ ସହାୟକ ହୋଇଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.