ତିର୍ତୋଲ/ପାରାଦୀପ, ରମେଶ ମହାନ୍ତି : ଆଗକୁ ଆସୁଛି ସାଧାରଣ ନିର୍ବାଚନ।ଏବେଠାରୁ ନେତା ମାତିଲେଣି ଫଳକମରା ଅଭିଯାନରେ। ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ। ଏରସମା ବ୍ଲକ ଅନ୍ତର୍ଗତ କୁଜଂକୋଠୀ ପଞ୍ଚାୟତରେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। କୁଜଂକୋଠୀ ପଞ୍ଚାୟତର କନାଗୁଳୀ, ନୂଆରତନପୁର,ନୁଣିପୋଖରୀ, କାଳିକୁଦ, ଜଗତପଡା,ନଳପାହୀ, ଅଜଗରବେଦୀ, ପାଚେରା, କୁଜଂକୋଠୀ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଖୁରାଣ୍ଟସ୍ଥିତ ବାଲୁଙ୍କେଶ୍ୱର ହାଇସ୍କୁଲର ବିଧାୟକ କଲ୍ୟାଣ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ନୁତନ ଶ୍ରେଣୀ ଗୃହର ଶିଳାନ୍ୟାସ କରିଥିଲେ ବିଧାୟକ। ଖୁରାଣ୍ଟ ଠାରେ ଏକ ଲାଇଟ ପୋଷ୍ଟକୁ ଲୋକାର୍ପଣ କରିଥିଲେ ବିଧାୟକ। ବିଧାୟକଙ୍କ ସମେତ ଅତିଥି ମାନଙ୍କୁ ବାଲୁଙ୍କେଶ୍ୱର ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ସାଂସଦ ପ୍ରତିନିଧି ପୀତବାସ ଗଛାୟତ,ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ଗୀତାରାଣୀ ସ୍ୱାଇଁ, ସରପଞ୍ଚ ସଂଧ୍ୟା ସ୍ୱାଇଁଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ |
Sign in
Sign in
Recover your password.
A password will be e-mailed to you.