ଜାତୀୟ ବେସ୍ ବଲ ପାଇଁ ଖୁସବୀର୍ ମନୋନୀତ

0 2

କେନ୍ଦୁଝର,ତା୯/୪- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଂଚାୟତରେ ଅବସ୍ଥିତ ଆଠପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ହଳଧରପୁରର ଦଶମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ଖୁସବୀର ନାୟକ ଜାତୀୟ ସ୍କୁଲ କ୍ରୀଡାର ବେସ୍ ବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଠାରେ ୬୯ତମ ଜାତୀୟ ସ୍କୁଲ କ୍ରୀଡାର ବେସ୍ ବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେଥିପାଇଁ ୯ ତାରିଖ କଟକ ଜଗତପୁରରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପରେ ୧୩ ତାରିଖରେ ଦିଲ୍ଲୀ ଗସ୍ତ କରିବେ । ଆଜି ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଞ୍ଝାନିଧି ସାହୁ,କ୍ରୀଡା ଶିକ୍ଷକ ଶ୍ରୀନିବାସ ମଲ୍ଲିକ ତଥା ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀ,ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଖୁସବୀରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ଉଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ । ଖୁସବୀର ଜଜପଶି ଗ୍ରାମର ମିତ୍ରଭାନୁ ନାୟକ ଓ ରଞ୍ଜୁରାଣୀ ନାୟକଙ୍କ ପୁତ୍ର ଅଟନ୍ତି । ସେହିପରି କେନ୍ଦୁଝର ଜିଲ୍ଲାର ବଳରାମଧିର ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣାବାନ୍ଧଗୋଡାର ଛାତ୍ର ନିତିଶ କୁମାର ପଟ୍ଟନାୟକ ଏବଂ ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଘସିପୁରାର ଛାତ୍ରୀ ରିୟା ସାହୁ ମଧ୍ୟ ଜାତୀୟ ସ୍କୁଲ କ୍ରୀଡାର ବେସ୍ ବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଜାତୀୟ ସ୍କୁଲ ବେସ ବଲ ଦଳ ପାଇଁ ମନୋନୀତ କେନ୍ଦୁଝର ଜିଲ୍ଲାର ତିନି ଜଣ ଖେଳାଳୀ ଖୁସବୀର, ନିତିଶ ଏବଂ ରିୟାଙ୍କୁ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ଶୁଭେଚ୍ଛା ଜଣେଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l

Leave A Reply

Your email address will not be published.