ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁରରେ ରେଡ଼ିଏନ୍ସ ଇନଷ୍ଟିଚ୍ୟୁଟର ୧୧ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ “ୟୁଫୋରିଆ–୨୦୨୬” ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ।
ବିଜେପୁର ସ୍ଥିତ ରେଡ଼ିଏନ୍ସ ଇନଷ୍ଟିଚ୍ୟୁଟରେ ୧୧ତମ ପ୍ରତିଷ୍ଠା ଦିବସ ଓ “ୟୁଫୋରିଆ–୨୦୨୬” ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା।
ଶ୍ରୀମତୀ ମୋହିନୀ ମେହେର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଫେସର ଘନଶ୍ୟାମ ମେହେର ସ୍ବାଗତ ଜଣାଇଥିଲେ। ଉପାଧ୍ୟକ୍ଷ ସଞ୍ଜୟ ବାରିକ ଅନୁଷ୍ଠାନର ଯାତ୍ରା ଉପରେ ଆଲୋଚନା କରିଥିଲେ।
“ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥିର କରି ନିଷ୍ଠା ଓ ପରିଶ୍ରମ ସହିତ ଆଗକୁ ବଢ଼ିଲେ ନିଶ୍ଚିତ ସଫଳତା ଲାଭ କରିପାରିବେ। ଶିକ୍ଷା ସହିତ ନୈତିକ ମୂଲ୍ୟବୋଧ ଅତ୍ୟନ୍ତ ଜରୁରୀପରୀକ୍ଷା–୨୦୨୫ରେ ଉତ୍କୃଷ୍ଟ ଫଳାଫଳ ପାଇଁ ପ୍ରତୀକ୍ଷା ପଧାନଙ୍କୁ ସମ୍ମାନିତ କରାଯାଇଥିଲା। ମନିଷା ନାୟକଙ୍କୁ ଶିକ୍ଷାରେ ଉନ୍ନତି ପାଇଁ ପୁରସ୍କୃତ କରାଯାଇଥିଲା।ବିନ୍ଦିଆ ମେହେରଙ୍କୁ ସର୍ବଗୁଣ ସମ୍ପନ୍ନ ଛାତ୍ରୀ ଭାବେ ସମ୍ମାନ ଦିଆଯାଇଥିବା ବେଳେ ଅମନ ମେହେର ଓ ରକ୍ତିମା ସାହୁଙ୍କୁ ସ୍ବୟଂସେବୀ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା।ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।
ରେଡ଼ିଏନ୍ସ ଇନଷ୍ଟିଚ୍ୟୁଟର ଏହି ଉତ୍ସବ ଛାତ୍ରଛାତ୍ରୀଙ୍କୁ ନୂତନ ପ୍ରେରଣା ଦେଇଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏହାର ଅବଦାନକୁ ସମସ୍ତେ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post