୭ମ ଦିନରେ ପୁରୀବାସୀଙ୍କୁ ଶ୍ରୀମନ୍ଦିର ସ୍ୱତନ୍ତ୍ର ଦର୍ଶନ ଦାବି ଆନ୍ଦୋଳନ

0 2

ବଢ଼ୁଛି ସାଧାରଣ ଲୋକଙ୍କ ଅକୁଣ୍ଠ ସମର୍ଥନ

ପୁରୀ, (ଅନିମେଷ ପଟ୍ଟନାୟକ): ପୁରୀ ସହର ଓ ସଦର ଅଞ୍ଚଳର ବାସିନ୍ଦାମାନଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦାବିରେ ଚାଲିଥିବା ସଚେତନତା ଯାତ୍ରା ଆଜି ସପ୍ତମ ଦିନରେ ପ୍ରବେଶ କରିଛି। ଏହି ଯାତ୍ରାକୁ ପୁରୀବାସୀଙ୍କ ଅକୁଣ୍ଠ ସମର୍ଥନ ମିଳୁଥିବା ବେଳେ ଦିନକୁ ଦିନ ଲୋକଙ୍କ ଯୋଗଦାନ ବଢ଼ିବାରେ ଲାଗିଛି।
ସପ୍ତମ ଦିନରେ ଏହି ସଚେତନତା ଯାତ୍ରା ସନ୍ଧ୍ୟା ୫ଟା ରେ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ନିକଟରେ ଶେଷ ହୋଇଥିଲା। ଯାତ୍ରା ସମୟରେ ସ୍ଥାନୀୟ ଲୋକମାନେ ଉତ୍ସାହର ସହ ଯୋଗଦେଇ ଦାବିକୁ ଜୋରଦାର କରିଥିଲେ।
ଆଜିର ଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ରଙ୍କ ସହିତ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ରାମ କୃଷ୍ଣ ମହାନ୍ତି, ବିଦୁଲତା ଆଚାର୍ଯ୍ୟ, ସୁକାନ୍ତ ପଣ୍ଡା, ପୂର୍ବତନ ପୌର ସଦସ୍ୟା ସରସ୍ୱତୀ ପାତ୍ର, ସୂର୍ଯ୍ୟ ରଥ, ବିଶ୍ୱନାଥ ମିଶ୍ର, ରାଜା ମହାନ୍ତି, ପ୍ରଦୀପ୍ତ ମହାନ୍ତି, ସନ୍ତୋଷ ସେନାପତି, କିଶୋର ଦାସ, ସଦାଶିବ ପଣ୍ଡା, ଦେବୀ ପ୍ରସାଦ ମିଶ୍ର, ମାନସ ପଟ୍ଟନାୟକ, ସତ୍ୟନାରାୟଣ ସାହୁ ଓ ସ୍ୱାଧୀନ ପଣ୍ଡା ସହ ଅନେକ ପୁରୀବାସୀ ଯୋଗଦେଇଥିଲେ। ସଚେତନତା ଯାତ୍ରାରେ ଯୋଗଦେଇଥିବା ପୂରିବାସୀ କହିଥିଲେ ଯେ, ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନରେ ସ୍ୱତନ୍ତ୍ର ସୁବିଧା ଦେବା ଏକ ନ୍ୟାୟସଙ୍ଗତ ଦାବି ଓ ଏହା ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

Leave A Reply

Your email address will not be published.