ଚାନ୍ଦୋଳ ବଜାରରେ ଗ୍ୟାସ କଳାବଜାରୀ ଉପରେ ଛାପା, ୩୯ଟି ସିଲିଣ୍ଡର୍ ଜବତ ।

0 2

 

କେନ୍ଦ୍ରାପଡା:୦୭/୦୪/୨୬(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନ ଚାନ୍ଦୋଳ ବଜାରରେ ଗ୍ୟାସ କଳାବଜାରୀକୁ ନେଇ ସିଭିଲ ସପ୍ଲାଏ ବିଭାଗ ପକ୍ଷରୁ ବଡ଼ ଧରଣର ଛାପାମାରି କାର୍ଯ୍ୟ ଚାଲିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଆଧାରରେ ଏହି ଚଢ଼ାଉ କରାଯାଇଥିବା ବେଳେ, ସ୍ଥାନୀୟ ମାର୍କେଟରେ ଅବୈଧ ଭାବେ ଗ୍ୟାସ ସିଲିଣ୍ଡର୍ ବିକ୍ରି ହେଉଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି।ଛାପାମାରି ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ସଂଗ୍ରହ କରାଯାଇଥିବା ମୋଟ ୩୯ଟି ଗ୍ୟାସ ସିଲିଣ୍ଡର୍ ଜବତ କରାଯାଇଛି। ଏଥିରୁ ୩୩ଟି ଖାଲି ଟାଙ୍କି ଥିବା ବେଳେ ୬ଟି ଭର୍ତ୍ତି ଡୋମେଷ୍ଟିକ ସିଲିଣ୍ଡର୍ ଥିବା କଥା ଜଣାପଡ଼ିଛି। ଏହି ସମଗ୍ର ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି।ସିଭିଲ ସପ୍ଲାଏ ବିଭାଗ ପକ୍ଷରୁ କହାଯାଇଛି ଯେ, ଏହି କଳାବଜାରୀ ଚକ୍ର କେତେଦିନ ଧରି ଚାଲିଆସୁଥିଲା ଓ ଏଥିରେ କେହି କେହି ଜଡିତ ଅଛନ୍ତି, ସେଥିପାଇଁ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଏହି ଘଟଣାରେ ଜଡିତ ଲୋକଙ୍କ ବିରୋଧରେ କଠୋର ଆଇନୁନ୍ମୁଖୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।ସ୍ଥାନୀୟ ଲୋକମାନେ ଏହି ଛାପାମାରିକୁ ସ୍ୱାଗତ କରିଥିବା ବେଳେ, ଏପରି ଅବୈଧ କାରବାର ଉପରେ ନିୟମିତ ନଜରଦାରି ବଢ଼ାଇବାକୁ ଦାବି କରିଛନ୍ତି।

Leave A Reply

Your email address will not be published.