କେନ୍ଦୁଝର,୦୭.୦୪: ‘ଓଡ଼ିଆ ପକ୍ଷ’ର ଷଷ୍ଠ ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ବିଶାଳ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ, ପ୍ରାଚୀନ ମନ୍ଦିର ପରିସର, ଜଳାଶୟ, ଐତିହ୍ୟ ସ୍ଥଳ ଏବଂ ସାପ୍ତାହିକ ହାଟ ଗୁଡ଼ିକରେ ବ୍ୟାପକ ସଫେଇ କରାଯାଇଛି।
ଏହି ସ୍ୱଚ୍ଛତା ଅଭିଯାନରେ ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ,ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ରାଜନୈତିକ ନେତୃବୃନ୍ଦ, ମିଶନ ଶକ୍ତିର ମା’ ମାନେ, ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମଚାରୀ, ସ୍ୱଚ୍ଛତା କର୍ମୀ, ବିଆରସି ସଦସ୍ୟ ଏବଂ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ଏଥିସହିତ ସ୍ଥାନୀୟ ଯୁବକ ସଂଘ ଓ ବରିଷ୍ଠ ନାଗରିକମାନେ ସ୍ବେଚ୍ଛାକୃତ ଭାବେ ଏହି ସେବା କାର୍ଯ୍ୟରେ ଯୋଗ ଦେଇ ସ୍ୱଚ୍ଛ ଭାରତ ଓ ସୁନ୍ଦର ଓଡ଼ିଶା ଗଠନର ବାର୍ତ୍ତା ଦେଇଥିଲେ।
ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିର ମାନଙ୍କରେ ଏଭଳି ସାମୂହିକ ସଫେଇ କାର୍ଯ୍ୟକ୍ରମକୁ ସାଧାରଣ ଜନତା ଉଚ୍ଚ ପ୍ରଶଂସା କରିଛନ୍ତି। ଓଡ଼ିଆ ପକ୍ଷ ଅବସରରେ ଏହି ପରିବେଶ ସୁରକ୍ଷା ଅଭିଯାନ ଜିଲ୍ଲାରେ ଏକ ନୂତନ ଜାଗରଣ ସୃଷ୍ଟି କରିଛି।
Sign in
Sign in
Recover your password.
A password will be e-mailed to you.