ଜଗତସିଂହପୁର,ତା-୦୬.୦୪.୨୦୨୬/ସୁମନ୍ତକୁମାରଦାସ: ଗଣନା ସମୟରେ ସଠିକ ଓ ନିର୍ଭୁଲ ତଥ୍ୟ ଦେବାପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ।ଜଗତସିଂହପୁର ଜିଲ୍ଲାରେ ଆସନ୍ତା ଜନଗଣନା–୨୦୨୭ର ପ୍ରଥମ ପର୍ଯ୍ୟାୟ ହାଉସ ଲିଷ୍ଟିଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନଗଣନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଙ୍କ ଦ୍ୱାରା ସଚେତନତା ଯାନକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ସମସ୍ତ ସହର ଓ ଗ୍ରାମାଞ୍ଚଳ କୁ ରଥଟି ପରିଭ୍ରମଣ କରି ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱ ଗଣନା (Self Enumeration) ପ୍ରକ୍ରିୟା ରେ ତା 01.04.2026 ରୁ 15.04.2026 ସମୟସୀମା ମଧ୍ୟରେ ଭାଗନେବା ସହିତ ସଠିକ୍ ତଥ୍ୟ ପ୍ରଦାନର ଗୁରୁତ୍ୱ ବିଷୟରେ ସଚେତନ ସୃଷ୍ଟିକରିବ।ଗଣନା ସମୟରେ ଗଣନା କାରୀମାନଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ପାଈଁ ନିବେଦନ କରାଯାଇଛି।
ଜନଗଣନା ହେଉଛି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ, ଯାହାକୁ ଆଧାର କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ନୀତି ଗଠନ କରାଯାଏ।ତେଣୁ ସମସ୍ତ ନାଗରିକଙ୍କୁ ନିଷ୍ଠାର ସହ ଜନଗଣନାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଅଛି ।ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକଟର ସୌମ୍ୟରଂଜନ ଦାସ, , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତୀଚୀ ତନୟା ମହାନ୍ତି, ସିଦ୍ଧାର୍ଥ ବେହେରା, ସମ୍ରାଟ କିଶୋର ମହାନ୍ତି, ତୁଷାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.