ଓଡ଼ିଆ ପକ୍ଷ ପାଳନ ଅବସରରେ ବାଲେଶ୍ୱରରେ ବିଶାଳ ‘ଐତିହ୍ୟ ଗଣଦୌଡ଼’ ଅନୁଷ୍ଠିତ

0 2

             
ବାଲେଶ୍ୱର, ୦୫/୦୪/୨୦୨୬:        ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଆଜି ବାଲେଶ୍ୱରର ଶାନ୍ତି କାନନ ଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ଏକ ବିଶାଳ ‘ଐତିହ୍ୟ ଗଣଦୌଡ଼’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ଲୋକମାନେ ଉତ୍ସାହର ସହିତ ସାମିଲ ହୋଇଥିଲେ। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଅଧ୍ୟକ୍ଷା, ବାଲେଶ୍ଵର ପୌର ପାଳିକା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତ, ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ବ୍ୟାସ କବି ଫକିର ମୋହନ ସେନାପତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲା। ଏହାପରେ ମୁଖ୍ୟ ଅତିଥି ସବୁଜ ପତାକା ଦେଖାଇ ଐତିହ୍ୟ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ ଶାନ୍ତି କାନନ ପରିସରରୁ ଆରମ୍ଭ ହୋଇ ଫକୀର ମୋହନ ମହାବିଦ୍ୟାଳୟ ରାସ୍ତା, ସିନେମା ଛକ ଓ ଗଡ଼ଗଡ଼ିଆ ଛକ ଦେଇ ପୁନର୍ବାର ଶାନ୍ତି କାନନକୁ ଫେରି ଆସିଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଏବଂ ସାଧାରଣ ନାଗରିକଙ୍କୁ ମିଶାଇ ପାଖାପାଖି ୫୦୦ରୁ ଊର୍ଦ୍ଧ୍ୱ ଜନ ସାଧାରଣ ଅଂଶଗ୍ରହଣ କରିଥିଲେ। ଓଡ଼ିଆ ଅସ୍ମିତା ଓ ଐତିହ୍ୟର ବାର୍ତ୍ତା ବାଣ୍ଟିବା ସହିତ ଶାରୀରିକ ସୁସ୍ଥତା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ ।

 

Leave A Reply

Your email address will not be published.