ବାଣପୁର:(ସେକ୍ କୌସର):ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘର ନବନିର୍ବାଚିତ ସଭାପତି ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଓକିଲ ସଂଘର ଅନେକ ସଦସ୍ୟ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ସଂଘର କାର୍ଯ୍ୟଧାରାର ଉନ୍ନତି ସହ ବାଣପୁର କୋର୍ଟର ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରିଥିଲେ ।ଏହି ଅବସରରେ ଆଗାମୀ ଦିନରେ ବାଣପୁର ଅଞ୍ଚଳରେ ଖୋଲିବାକୁ ଥିବା ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟ (ଏଡ଼ିଜେ) ସମ୍ପର୍କରେ ଆଲୋଚନା ହୋଇଥିଲା। ଆଇନ ମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେବା ସହ ଚଳିତ ବର୍ଷ ଉକ୍ତ ଏଡ଼ିଜେ କୋର୍ଟ ବାଣପୁରରେ ଖୋଲିବା ପାଇଁ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ଓକିଲ ସଂଘର ସଭାପତି ଶ୍ରୀ ଭୋଳ ମନ୍ତ୍ରୀଙ୍କୁ ଏଥି ନିମନ୍ତେ ଧନ୍ୟବାଦ ଦେବା ସହ ଓକିଲମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ।ଏହି ଅବସରରେ ବାଣପୁର ଓକିଲ ସଂଘର ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ପୂର୍ବତନ ଉପ ସଭାପତି ପଦ୍ମଜା ପଟ୍ଟନାୟକ,ବରିଷ୍ଠ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର, ଅଜିତ କୁମାର ସ୍ୱାଇଁ, ଅଖିଳ କୁମାର ସ୍ୱାଇଁ, ସୀତାରାମ ଅଗ୍ରୱାଲ, ରାମଚନ୍ଦ୍ର ପଲାଇ, ପ୍ରଦୋଷ ପ୍ରଧାନ, ଅନିଲ ବାରିକ ଓ ସ୍ଵର୍ଣ୍ଣଲତା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଆଇନଜୀବୀ ମାନେ ଓଡ଼ିଶା ର ମହାଧିବକ୍ତା ପିତାମ୍ବର ଆଚାର୍ଯ୍ୟକୁ ତାଙ୍କ ବାସଭବନରେ ସାକ୍ଷାତ କରି ବାଣପୁର କୋର୍ଟର ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.