ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ସାରଡାଙ୍ଗ ଗାଁର ମନୋରଞ୍ଜନ ପଣ୍ଡାଙ୍କ ଘରେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ୨ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି।ଅଗ୍ନିକାଣ୍ଡରେ ଘରେ ଥିବା ୨ଟି ବାଇକ,ଗୋଟିଏ ସାଇକେଲ, ନଗଦ ଟଙ୍କା,ସୁନା, ରୂପା ଅଳଙ୍କାର ସମେତ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯିବା ସହ ପରିବାରର ୨ଜଣ ସଦସ୍ୟ ନିଆଁରେ ଆହତ ହୋଇଛନ୍ତି।
ଆଜି ମନୋରଞ୍ଜନଙ୍କ ଘରେ ରୋଷେଇ କରିଥିବା ସମୟରେ ହଟାତ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ଗ୍ୟାସ୍ ଟାଙ୍କିଟି ଫାଟିଯାଇ ଘରେ ନିଆଁ ଲାଗିଯାଇଥିଲା।ଘଟଣା ସ୍ଥଳରେ ଅଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଅୟୁତ କରିଥିଲେ।ହେଲେ ସେତେବେଳକୁ ୨ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା।
Sign in
Sign in
Recover your password.
A password will be e-mailed to you.