ପୁରୀ ବାସିନ୍ଦାଙ୍କ ଶ୍ରୀମନ୍ଦିର ପ୍ରବେଶ ପାଇଁ ସଚେତନତା ଯାତ୍ରା

0 2

ପୁରୀ,୪/୪ (ଅନିମେଶ ପଟ୍ଟନାୟକ): ପୁରୀ ମହାନଗର ବାସିନ୍ଦାମାନେ କିପରି ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି ନେଇ ସଚେତନତା ଯାତ୍ରାର ଚତୁର୍ଥ ଦିନ ପୂର୍ବ ନିଷ୍ପତି ମତେ ବଳଗଣ୍ଡି ଭକ୍ତ ସାଲବେଗ ପୀଠ ରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ନିକଟରେ ଶେଷ ହୋଇଚି। ଆଜିର ଏହି ସଚେତନତା ଯାତ୍ରାରେ ସୁକାନ୍ତ ପଣ୍ଡା,ଅମରେନ୍ଦ୍ର ପାଇକରାୟ,ସୁର୍ଯ୍ୟ ରଥ, ବିଦୁଲତା ଆଚାର୍ଯ୍ୟ, ତୃପ୍ତି ପଣ୍ଡା,କିଶୋର ଦାସ, ବିଶ୍ଵନାଥ ମିଶ୍ର, ଚନ୍ଦ୍ର ଶେଖର ପାତ୍ର,ସଦାଶିବ ପଣ୍ଡା,ଅମୂଲ୍ୟ ଦାସ, ସତ୍ୟ ନାରାୟନ ସାହୁ,,ଅବହାକ ସ୍ଵାଧୀନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସେତେବେଳେ ଜାଗାଘର, ମଲ୍ଲ ଯୋଦ୍ଧା, ପାଇକମାନେ ଓ ଶ୍ରୀମନ୍ଦିର ପାଞ୍ଚକୋଶୀ ବାସିନ୍ଦା ମାନେ ବୀରତ୍ୱ ର ପରାକ୍ରମ ଦେଖାଇଥିଲେ । ପୁରୀବାସିନ୍ଦା ଙ୍କ ଧାର୍ମିକ ପରମ୍ପରା ସହ ଶ୍ରୀମନ୍ଦିର ଜଡିତ । ପୁରୀବାସୀ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସରକାର ଗ୍ରହଣ କରିବାକୁ ଶାନ୍ତିପୂର୍ଣ୍ଣ ଉପାୟ ରେ ଦାବୀ କରିଛନ୍ତି ।

Leave A Reply

Your email address will not be published.