ବାଣପୁର:(ସେକ୍ କୌସର):ବାଣପୁର ପି. ଏ ମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ନମ୍ବର 2 ପରିସରରେ ଗୁରୁବାର ଦିନ ନୂଆ ଶିକ୍ଷା ବର୍ଷ ସ୍କୁଲ ପ୍ରବେଶ ଓ ଖଡ଼ିଛୁଆଁଇ ପାରମ୍ପରିକ ରୀତି ନୀତି ଅନୁଯାଇବାଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ସାନାତନ ଜାଲି ଙ୍କତତ୍ୱାବଧାନ ରେ ବାଣପୁର ପଂଚାୟତ ସମିତି ଅଧକ୍ଷ ଅମରେନ୍ଦ୍ର ରଣସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି
ଉଦଘାଟନ କରିଛନ୍ତି l ପ୍ରଥମେ ନୂତନ ଭାବେ ସ୍କୁଲ କୁ ଆସିଥିବା ଛାତ୍ର /ଛାତ୍ରୀ ଙ୍କୁ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହ ଗୃହ ପ୍ରବେଶ କରାଇଥିଲେଲ ଏହାପରେ ବାଣପୁର ପି. ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲାଏହିସଭାରେ ମୁଖ୍ୟ ଅତିଥି ଭାବେ ଅଧକ୍ଷ ଅମରେନ୍ଦ୍ର ରଣସିଂ, ଅତିଥି ଭାବେ ବାଣପୁର ତହସିଲଦାର ଟି. ପଦ୍ମ ନାଭ ଦୋରା, ବାଣପୁର ବି. ଡି. ଓ ବିକାଶ କୁମାର ମହାନ୍ତି ଓ ଶିକ୍ଷା କମିଟି ସଦସ୍ୟ କୈଳାସ ଚନ୍ଦ୍ର ଲାଠି ଓ ସଂଚାଳକ ଭାଵେ ଏ. ବି. ଇ. ଓ ପ୍ରଭାତ ରଞ୍ଜନ ସେଠୀ ଯୋଗଦେଇ ଆଜିର ଦିବସ ଓ କାର୍ଯ୍ୟକ୍ରମ ସଂପର୍କ ରେ ଉପସ୍ଥିତ ଥିବା ସମସ୍ତ ଛାତ୍ର, ଛାତ୍ରୀ, ଅଭିଭାବକ ଙ୍କୁ ବୁଝାଇବାସହ ନୂତନଭାବେ ଖାଡିଛୁଆଇଁ ଶିକ୍ଷା ଆରମ୍ଭ କରିବାକୁ ଆସିଥିବା ଛାତ୍ର, ଛତ୍ରୀ ମାନଙ୍କୁ ଶିକ୍ଷା ଉପକରଣ ଭର୍ତି ଏକ ବ୍ୟାଗ ସମସ୍ତ ଙ୍କୁ ପ୍ରଦାନ କରିଥିଲେ, ବାଣପୁରଶିକ୍ଷା ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ ରେ 127ଗୋଟି ସ୍କୁଲ ର 2ସହ ରୁ ଉର୍ଦ୍ଧପିଲା ଖଡ଼ିଛୁଆଁ ରେ ଯୋଗ ଦେଇ ଥିଲେ, ଏହାପରେ ଅଧକ୍ଷ ଶ୍ରୀ ରଣ ସିଂହ ଏବଂ ଅତିଥି ମାନଙ୍କ ଦ୍ୱାରା ଜନସଚେତନତା ଉଧେଶ୍ୟରେ ସ୍କୁଲ ପ୍ରବେଶ ପ୍ରଚାର ରଥକୁ ପତାକା ଦେଖାଇ ଶୁଭଆରମ୍ଭ କରିଥିଲେ,ଏହି
କାର୍ଯ୍ୟ କ୍ରମରେ ବାନାମ୍ବର ଏକାଦେମମି ( ଭୀମପୁର )ସ୍କୁଲ ର ପ୍ରଧାନ ଶିକ୍ଷକ ରାଧାକାନ୍ତ ଗଡ଼ନାୟକ, ସି. ଆର. ସି. ସି ପ୍ରମୋଦ କୁମାର ପାତ୍ର, ଶିକ୍ଷା ସେତୁର ସଭାପତି ଡ଼ଃ. ଚିନ୍ତା ମଣୀ ମିଶ୍ର ଏବଂ ସମସ୍ତ ଗୁରୁକୁଳ ଯୋଗ ଦେଇ ଥିଲେ ମଣ୍ଡଳ ଶିକ୍ଷା ଅଧିକାରୀ ସନାତନ ଜାଲି ଏହାର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.