ବେଲଗୁଣ୍ଠା-୪/୪-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ
ଗଣପର୍ବ ‘ଦଣ୍ଡ ନାଚ’ ପାଇଁ ଏବେ ସମଗ୍ର ଜିଲ୍ଲା ଉତ୍ସବମୁଖର। ଏହି କ୍ରମରେ କଳା ଓ ସଂସ୍କୃତିର ସହର ବେଲଗୁଣ୍ଠା ମଧ୍ୟ ଗତ ଚାରି ଦିନ ହେଲା ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହେଉଛି। ଆଜି ପ୍ରଭାତରେ ବେଲଗୁଣ୍ଠା ସହରରେ ଦେଖିବାକୁ ମିଳିଛି ଏକ ଭକ୍ତିପୂର୍ଣ୍ଣ ଦୃଶ୍ୟ, ଯେଉଁଠି ବେଲଗୁଣ୍ଠା ପୁରୁଣା ଦଣ୍ଡ ଦଳର ମାଁ ଦକ୍ଷିଣକାଳୀ ଏବଂ ଡେଙ୍ଗାପଦର ଗ୍ରାମର ମାଁ କାଳୀଙ୍କ ଅପୂର୍ବ ମିଳନ ଘଟିଛି।ଏହି ଦୁଇ ଦେବୀଙ୍କୁ ଦୁଇ ଭଉଣୀ ଭାବେ ବିଶ୍ୱାସ କରାଯାଉଥିବା ବେଳେ, ସକାଳୁ ସକାଳୁ ଏହି ମହାମିଳନକୁ ଦେଖିବା ପାଇଁ ବେଲଗୁଣ୍ଠା ସହରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଉଭୟ ଦଳର ‘ପ୍ରଭା’ଙ୍କ ସମେତ ଭୁକ୍ତାମାନେ ପରସ୍ପର ସହ ଫଗୁ ଖେଳି ଏହି ମିଳନ ପର୍ବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି।ସୂଚନାଯୋଗ୍ୟ ଯେ, ଶନିବାର ଡେଙ୍ଗାପଦର ଦଣ୍ଡ ଦଳ ସୁଣ୍ଢି ସାହିରେ ନାଚ ପରିବେଷଣ କରୁଥିବା ବେଳେ କୋଳି ସାହିରେ ବେଲଗୁଣ୍ଠା ପୁରୁଣା ଦଣ୍ଡ ଦଳ ଓ ଖଦାଳ ସାହି ଦଣ୍ଡ ଦଳ ପକ୍ଷରୁ ପ୍ରଦର୍ଶନ ଜାରି ରହିଥିଲା। ଦୁଇ ଦଳ ପାଖାପାଖି ଥିବାରୁ ‘ଧୂଳି ଦଣ୍ଡ’ ସମୟରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ରାତିରେ ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡ ନାଚ ଦେଖିବା ସହ ମା’ଙ୍କ ପ୍ରସାଦ ସେବନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ଲକ୍ଷ୍ୟ କରାଯାଇଛି। ସମଗ୍ର ବେଲଗୁଣ୍ଠା ଅଞ୍ଚଳ ଏବେ “କଳା ରୂଦ୍ର ମଣି ଙ୍କୁ ଭଜ ହେ” ଧ୍ୱନିରେ ପ୍ରକମ୍ପିତ ହେଉଛି।
Sign in
Sign in
Recover your password.
A password will be e-mailed to you.
Prev Post