ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ ଆରମ୍ଭ ହୋଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ସଭାପତି ଗାବରା ତିରୁପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍. ଗିରିଧର , ଓ୍ୱାର୍ଡ କାଉନସିଲର ବାଳକୃଷ୍ଣ ପାତ୍ର , ବିଭୂତି ଭୂଷଣ ବେହେରା , ସାଂସଦ ପ୍ରତିନିଧି ଦାରାପୁ ଚିଟ୍ଟି ଏବଂ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ମଂଚାସୀନ ଥିଲେ।
ବକ୍ତାମାନେ ଶିକ୍ଷାନୀତି ୨୦୨୦ ର ବିଶେଷତ୍ୱ କୁ ଆଧାର କରି ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ଗୁରୁତ୍ବ ଦେବା ସହ ସମସ୍ତ ୫ ରୁ ୧୮ ବର୍ଷ ବାଳକ ବାଳିକା ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ନେବାପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ଅତିଥି ମାନେ ଅକ୍ଷର ଲେଖିବା ଶିଖାଇଥିଲେ। ଏହାକୁ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
୩ଟି ପ୍ରଚାର ଓ ପ୍ରସାର ଗାଡିକୁ ମୁଖ୍ୟ ଅତିଥି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ଗୋଷାଣି, କାଶୀନଗର ଓ ଗୁମ୍ମା ବ୍ଲକ ଯାଇ ସଚେତନ କରାଇବ। ସମସ୍ତ ୭ଟି ବ୍ଲକରେ ଆଜି ଏହି ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Leave A Reply

Your email address will not be published.