ସର୍ବଭାରତୀୟ ଇସ୍ପାତ ଚିକିତ୍ସା ଅଧିକାରୀ ସମ୍ମିଳନୀରେ ଇସ୍ପାତ ଜେନେରାଲ ହସ୍ପିଟାଲର ଡାକ୍ତର ପୁରସ୍କୃତ 

0

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାର ସିଇଓଙ୍କ ସମ୍ମେଳନ କକ୍ଷଠାରେ ଫେବୃଆରୀ ୨୫ ତାରିଖରେ ଆୟୋଜିତ ଏକ ଉତ୍ସବରେ ଆର.ଏସ.ପି.ର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ, ଡକ୍ଟର ଏସ ଏସ ପତି ଓ ୯ ଜଣ ଅନ୍ୟ ଡାକ୍ତରଙ୍କୁ ଆଇ.ଏସ.ପି. ବର୍ଣ୍ଣପୁରରେ ଫେବୃଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ  ସର୍ବଭାରତୀୟ ଇସ୍ପାତ ଚିକିତ୍ସା ଅଧିକାରୀ ସମ୍ମିଳନୀରେ ପ୍ରଶଂସନୀୟ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କାରଖାନାର ଓ.ଏସ.ଡ଼ି., ଶ୍ରୀ ଦୀପକ ଚଟ୍ଟରାଜ ଉପସ୍ଥିତ ଥିଲେ। ନିଜର ବକ୍ତବ୍ୟରେ ଶ୍ରୀ କୁମାର ବିଭାଗୀୟ ଦଳକୁ ଏହି ପ୍ରଶଂସନୀୟ ପ୍ରଦର୍ଶନ ପୂର୍ବକ ଆରଏସପି ପାଇଁ ସୁନାମ ଅର୍ଜ୍ଜନ ନିମନ୍ତେ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଉତ୍ତମ କାର୍ଯ୍ୟଧାରା ଜାରିରଖିବା ପାଇଁ ଆହ୍ଵାନ ଜଣାଇଥିଲେ। 

ଡାକ୍ତରୀ ଦଳଙ୍କ ପ୍ରଶଂସନୀୟ ପ୍ରଦର୍ଶନ ନିମନ୍ତେ ଶ୍ରୀ ଚଟ୍ଟରାଜ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।  ଆରଏସପିର ପ୍ରତିନିଧିତ୍ଵ କରିଥିବା ଡାକ୍ତରୀ ଦଳ ମେଡିକଲ କୁଇଜ ଓ ଏମ.ବି.ବି.ଏସ. ପୋଷ୍ଟର ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଲାଭ କରିଥିଲେ। ଏଥିସହିତ ସାମଗ୍ରିକ ଗୁଣବତ୍ତା ପ୍ରବନ୍ଧନ ବର୍ଗରେ ଦ୍ଵିତୀୟ ଓ ଏମବିବିଏସ ପେପର ଉପସ୍ଥାପନାରେ ଆଇଜିଏଚ ଡାକ୍ତରୀ ଦଳ ତୃତୀୟ ପୁରସ୍କାର ଲାଭ କରିଥିଲେ। 

ଉକ୍ତ ସମ୍ମିଳନୀରେ ଭାଗନେଇଥିବା ଡାକ୍ତରୀ ଦଳର ସଦସ୍ୟ ଯୁଗ୍ମ ନିର୍ଦ୍ଦେଶକ, ଡକ୍ଟର ଏସ ଶତପଥି, ଡକ୍ଟର ପି ରଥ, ଡକ୍ଟର ଏସ କେ ସେନାପତି, ଡକ୍ଟର ଅନିତା ମହାନ୍ତି, ଡକ୍ଟର ରାଜଲକ୍ଷ୍ମୀ ପଣ୍ଡା, ବରିଷ୍ଠ ଉପନିର୍ଦ୍ଦେଶକ, ଡକ୍ଟର ସି କେ କାଶୀ, ବରିଷ୍ଠ ଚିକିତ୍ସା ଅଧିକାରୀ ଡକ୍ଟର ବିବେକ ମହାନ୍ତ ଏବଂ ଡକ୍ଟର ପି ଜେ ରାୟ ଉତ୍ସବରେ ସମ୍ବର୍ଦ୍ଧିତ ହୋଇଥିଲେ। 

Leave A Reply

Your email address will not be published.