କେନ୍ଦୁଝର,ତା୩/୪-କେନ୍ଦୁଝରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବସ୍ତି ଫାଉଣ୍ଡେସନ, କେନ୍ଦୁଝର, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଏସ ଆର ଏମ, ଘସିପୁରାର ମିଳିତ ଆନୁକୂଲ୍ୟରେ ଶିଶୁ ଯତ୍ନ ଗୃହ, ଶକ୍ତିପୀଠ ତ୍ରିଲୋଚନପୁର ଠାରେ ପବିତ୍ର ଉତ୍କଳ ଦିବସ ଅନୁଷ୍ଠିତ ହୋଇ ଯାଇଛି l କେନ୍ଦୁଝର ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ସଦସ୍ୟ ଡ଼କ୍ଟର ମାନସ ରଞ୍ଜନ ପଣ୍ଡା,ମୁଖ୍ୟ ଅତିଥି, କେନ୍ଦୁଝର ଜିଲ୍ଲା ଉତ୍କଳ ସମ୍ମିଳନୀର ଉପସଭାପତି ଡ଼କ୍ଟର ବିମ୍ବାଧର ବେହେରା ମୁଖ୍ୟଵକ୍ତା, କେନ୍ଦୁଝର ନାଗରିକ ମଞ୍ଚ ଉପସଭାପତି ତଥା କେନ୍ଦୁଝର ଶିଶୁ ଅଧିକାର ସୁରକ୍ଷା ପରିଷଦର ଆବାହକ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଓ ଗାନ୍ଧୀ ବିଚାର ପରିଷଦର ଉପସଭାପତି ଶ୍ରୀ କର୍ଣ୍ଣାଟ କିଶୋର ଜେନା, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଚେୟାରମ୍ୟାନ ଅଧିବକ୍ତା ଜଗଜିତା ଦାସ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏସ ଆର ଏମ ସମ୍ପାଦିକା ଶ୍ରୀମତୀ ନମିତା ବଳ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଶିଶୁଯତ୍ନ ଗୃହ ଶିଶୁମାନେ, ଅତିଥି ଓ ଏସ ଆର ଏମର ସମସ୍ତ କର୍ମକର୍ତ୍ତା ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ପରେ ପରେ ଶିଶୁ ଓ କର୍ମୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।ପ୍ରଥମ କରି ଭାଷା ଭିତ୍ତିରେ ଓଡିଶା ରାଜ୍ୟ ଗଠନର ଇତିହାସ,ବର୍ଣନା କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶ , ଫକୀର ମୋହନ ସେନାପତି ପ୍ରମୁଖଙ୍କ ନୂତନ ଓଡିଶା ରାଜ୍ୟ ଗଠନରେ ଭୂମିକା, ଲଢେଇ ଏବଂ ତ୍ୟାଗ ବିଷୟରେ ବୁଝାଇ ଥିଲେ। ଓଡିଶା ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ଆମକୁ ଏକାଠି ହୋଇ ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବାକୁ ହେବ ଆହ୍ୱାନ ଦେଇଥିଲେ। ଶେଷରେ ଶିଶୁ ମାନଙ୍କ ଦ୍ୱାରା ଓଡିଶୀ, ସମ୍ବଲପୁରୀ ଓ ପଲ୍ଲୀ ଗୀତ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଓ ପଂକ୍ତି ଭୋଜନ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.