ମୁଖ୍ୟମନ୍ତ୍ରୀଙ୍କ କାମ କହେ କଥା

0

ନୟାଗଡ ବିଧାୟକଙ୍କ ଦ୍ୱାରା ଓଡଗାଁ ରାମ ସାଗରପାର୍କ ଉଦ୍ଘାଟିତ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ବୁଧବାର ଅପରାହ୍ନରେ ବିଜ୍ଞାପିତ ଅଂଚଳ ପରିଷଦ ଓଡଗାଁରେ ନବନିର୍ମିତ  ରାମ ସାଗରପାର୍କ ଉଦ୍ଘାଟିତ ହୋଇଯାଇଛି । ୩କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପାର୍କକୁ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିବା ପରେ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରାଯାଇଛି । ପର୍ଯ୍ୟଟନ ବିଭାଗ, ବନବିଭାଗ ଓ ବିଜ୍ଞପିତ ଅଂଚଳ ପରିଷଦର ମିଳିତ ସହଯୋଗରେ ନିର୍ମିତ ହୋଇଥିବା ଏହି ପାର୍କରେ ସ୍ଥାନୀୟ ଜନସାଧାରଣଙ୍କ ଅବସର ବିନୋଦନ ତଥା ଶିଶୁମାନଙ୍କ ମନୋରଂଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ପାର୍କ ଉଦଘାଟନ ପରେ ଜିଲ୍ଲା ପରିଷଦ ସଭ୍ୟ ତଥା ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ପୁରୀ ସାଂସଦ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମ କହେ କଥା ସମ୍ପର୍କରେ ଅନେକ ସୂଚନା ପ୍ରଦାନ କରିଥିଲେ । ବିକାଶ କହିଲେ କେବଳ ଗୃହ, ରାସ୍ତା କିମ୍ବା ପୋଲ ନିର୍ମାଣ ନୁହେଁ,  କନିଷ୍ଠ  ଠାରୁ  ବରିଷ୍ଠ ପର୍ଯ୍ୟନ୍ତ କ୍ରିଡା, ସସ୍କୃତି, ପରମ୍ପରା, ସାହିତ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲକୁ ପ୍ରାମାଣିକ  କରିବା ସହିତ ଚିତ୍ତ ବିନୋଦନ ପାଇଁ ସୁବ୍ୟବସ୍ଥିତ ପାର୍କର ଆବଶ୍ୟକତା ରହିଲେ ଯାଇ ସାମଗ୍ରୀକ ବିକାଶ ହୋଇଛି ବୋଲି କୁହାଯାଇପାରେ । ଯାହା ଓଡଗାଁରେ ଆଜି ସମ୍ଭବ ହୋଇପାରିଛି ବୋଲି ବିଧାୟକ ଡ. ସାହୁ ମନ୍ତବ୍ୟ ରଖିଥିଲେ । ଜିଲ୍ଲାପାଳ ଏନ୍ ତିରୁମାଲା ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ୍. ଏଚ. ଡି, ଓଡିଆ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅତିଥିଭାବେ ଯୋଗ ଦେଇ ପାର୍କର ରକ୍ଷଣାବେକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ, ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ଏବଂ ପୂର୍ବତନ ଉପାଧ୍ୟକ୍ଷା ସୁରେଖା ସାହୁ ଓ ପ୍ରତିମା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସନ୍ଧ୍ୟାରେ  ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ପରିବେଷଣ କରାଯାଇଥିଲା ।  

Leave A Reply

Your email address will not be published.