-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରହୀ : ଗୁରୁବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ , ନୂତନ ଶିକ୍ଷା ବର୍ଷ ୨୦୨୬-୨୭ ଶୁଭାରମ୍ଭ ଅବସରରେ ପ୍ରଥମ ଦିନ ଉତ୍ସବ ପାଳିତ ହୋଇଯାଇଛି । ନୂତନ ଶିକ୍ଷାବର୍ଷ ଅବସରରେ ଛାତ୍ରଛାତ୍ରୀ ମାନଙ୍କର ମଙ୍ଗଳ କାମନା ପୂର୍ବକ ବିଦ୍ୟାଳୟରେ ଗାୟତ୍ରୀ ଯଜ୍ଞ ଆୟୋଜନ କରାଯାଇଥିଲା। ପିଲାମାନେ ଶୁଦ୍ଧବସ୍ତ୍ର ପରିଧାନ କରି ଫୁଲ , ଧୂପ , ଦୀପ ଧରି ବିଦ୍ୟାଳୟକୁ ଆସିଥିଲେ। ଗାୟତ୍ରୀ ପରିବାରର ଶ୍ରୀଯୁକ୍ତ ଉମାଚରଣ ପଟ୍ଟନାୟକ ତଥା କର୍ମକର୍ତ୍ତା ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ , ପ୍ରଭୁ ପ୍ରସାଦ ପଟ୍ଟନାୟକଙ୍କ ସହଯୋଗରେ ବିଦ୍ୟାଳୟରେ ଗାୟତ୍ରୀ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା।
ଏଥିରେ ବିଦ୍ୟାଳୟର ଅବିଭାବକ ଶ୍ରୀଯୁକ୍ତ କୈଳାଶ ବିଶ୍ଵାଳ ଓ ଶ୍ରୀମତୀ ଲିଲି ବିଶ୍ଵାଳ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.