ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଓଡିଶା ଦିବସ ପାଳିତ

0 2

ଝାରସୁଗୁଡ଼ା: ସ୍ୱତନ୍ତ ଓଡିଶା ଗଠନକୁ ସ୍ମରଣକରି ଆଜି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାରୋହକୁ ମିଳିତ ଭାବେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ , ଉତ୍କଳ ସମ୍ମିଳନୀ ଝାରସୁଗୁଡ଼ା ଶାଖା ଓ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ମିଳିତ ଭାବେ ଆୟୋଜନ କରିଥିଲେ। ଏହି ଅବସରରେ ଅତିଥି ଭାବରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଅଧ୍ୟକ୍ଷ ଡ. ବିଶ୍ୱଜିତ ଖମାରୀ, ବେଲପାହାଡ଼ର ବିଶିଷ୍ଟ ଚିକିତ୍ସକ ଡାକ୍ତର ତୁଷାର କାନ୍ତି ଦାସ, ଉତ୍କଳ ସମ୍ମିଳନୀର ଜିଲ୍ଲା ଉପସଭାପତି ତଥା କବି ପ୍ରେମସାଗର ଦେହେରିଆ ଓ ମୁଖ୍ୟ ବକ୍ତା ଭାବରେ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଗୋଲାପୀମୟୀ ଦାଶ ଯୋଗଦାନ କରିଥିଲେ।

ଲୋକ ସଂସଦର ଉତ୍କଳ କଳା ପ୍ରତିଷ୍ଠାନର ମୂଖ୍ୟ ସୁଶ୍ରୀ ଅଞ୍ଜଳୀ ପ୍ରଭା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ମନ୍ଦାକିନୀ ଶତପଥି ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ ସଦସ୍ୟା ଆଗ୍ରହର ସହ ଯୋଗଦାନ କରିଥିଲେ। କାର୍ଯକ୍ରମ ଶେଷରେ ଲୋକ ସଂସଦର କୋଷାଧ୍ୟକ୍ଷ ମିନର୍ଭା ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.