ଭୁବନେଶ୍ୱର, ୦୧/୦୪/୨୦୨୬: ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲାସ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ’ (IMPaCT) ତରଫ ରୁ ସମ୍ମାନଜନକ ୩୪ତମ ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି । ଏକଲବ୍ୟ ପୁରସ୍କାର ହେଉଛି ଓଡ଼ିଶାର ଉତ୍କୃଷ୍ଟ ଯୁବ କ୍ରୀଡାବିତଙ୍କ ପାଇଁ ବାର୍ଷିକ କ୍ରୀଡା ପୁରସ୍କାର, ଯାହାର ପୁରସ୍କାର ଟ ୭,୦୦,୦୦୦/- ଟଙ୍କା (ସାତ ଲକ୍ଷ ଟଙ୍କା) ରହିଛି। ମୁଖ୍ୟ ପୁରସ୍କାର ବ୍ୟତୀତ, ଦୁଇଗୋଟି ଉପବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଏ, ଯାହାର ମଧ୍ୟ ପୁରସ୍କାର ଟ ୧,୫୦,୦୦୦/- ଟଙ୍କା (ଏକ ଲକ୍ଷ ପଚାଶ ହଜାର ଟଙ୍କା) ଲେଖାଁଏ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ମଧ୍ୟରେ ଥିବା କ୍ରୀଡା ସଂଗଠନ/ବୋର୍ଡ/ସଂଘ, ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲ ମାଧ୍ୟମରେ ସେମାନଙ୍କର ନାମାଙ୍କନ ପତ୍ର ପଠାଇ ପାରିବେ।
ପ୍ରାର୍ଥୀଙ୍କ ବୟସ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।
ପ୍ରାର୍ଥୀମାନେ ସଠିକ୍ ଭାବେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ଦୁଇବର୍ଷ (୧ ଏପ୍ରିଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୬) ମଧ୍ୟରେ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ବର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ ।
ପ୍ରାର୍ଥୀପତ୍ର ଗୁଡ଼ିକ ନିଶ୍ଚିତ ଭାବେ ୩୧ ମେ’ ୨୦୨୬ ତାରିଖ ସୁଦ୍ଧା ‘ଏକଲବ୍ୟ ପୁରସ୍କାର , ଇମ୍ପାକ୍ଟ, ଇମ୍ଫା ବିଲ୍ଡିଂ, ଭୁବନେଶ୍ଵର – ୭୫୧୦୧୦ ଠିକଣାରେ ପହଂଚିବା ଆବଶ୍ୟକ । ଏହାବ୍ୟତୀତ ପ୍ରାର୍ଥୀପତ୍ର ଗୁଡ଼ିକ [email protected] କୁ ଇ-ମେଲ୍ କରି ହେବ ଏବଂ ସହାୟକ ପ୍ରମାଣପତ୍ର ଗୁଡ଼ିକୁ ଉପରୋକ୍ତ ଠିକଣାକୁ ଡାକ ମାଧ୍ୟମରେ ପଠାଇବାକୁ ହେବ ।