ଜଗତସିଂହପୁର,ତା-୦୧.୦୪.୨୦୨୬/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ତା -୩୧-୦୩-୨୬ରିଖ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ମାର୍କଣ୍ଡପୁର ଠାରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟଜିତ୍ ଶତପଥୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସହକାରୀ ଶିକ୍ଷକ ଚନ୍ଦ୍ରଭାନୁ ଷଡଙ୍ଗୀ ବାଲ୍ୟ ବିବାହ ଦୂରିକରଣ କରିବା ଉଦ୍ଦେଶ୍ୟରେ ନିଜ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ସହକାରୀ ଶିକ୍ଷୟତ୍ରୀ ବୈଜୟନ୍ତି ତ୍ରିପାଠୀ ଓ ନିହାରିକା ମହାନ୍ତି ନିଜର ଅଭିଭାଷଣ ରଖି ପ୍ରଦୂଷଣ ମୁକ୍ତ ପୃଥିବୀ ବନାଇବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚ଼ିବ ବି.ଡ଼ି.ଡି ଚନ୍ଦନା ଅଧ୍ୟକ୍ଷତା କରିବା ସହିତ ନିଜର ଅଭିଭାଷଣ ରେ କହିଥିଲେ ଯେ ଜଳ, ବାୟୁ ଏବଂ ମୃତ୍ତିକା ପ୍ରଦୁଷଣକାରୀ ଏବଂ ଏହି ପ୍ରଦୂଷଣ କିପରି ରୋକାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଏବଂ ଏହା ସହିତ ଜଡିତ ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ । ପ୍ଲାଷ୍ଟିକ୍ ପରି ପ୍ରଦୂଷଣ ବଢାଉଥିବା ବସ୍ତୁକୁ ବ୍ୟବହାର କମ କରି ପୁନଃ ଚକ୍ରଣ ପ୍ରକ୍ରିୟାରେ ବ୍ୟବହୃତ ହୋଇ ପାରୁଥିବା ଜିନିଷକୁ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରିଥିଲେ । ପରିଶେଷରେ ସହକାରୀ ଶିକ୍ଷକ ସୁଜନ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଉଦ୍ଯାପିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.